ମକାର ଲାଭ ଦାୟିକ ଗୁଣ ଜାଣନ୍ତୁ…
ସାଧାରଣତଃ ଭାବରେ ସ୍ୱାଦଯୁକ୍ତ ଖାଦ୍ୟରେ ଅଧିକ ପରିମାଣରେ କ୍ୟାଲୋରୀ ଥିବା ସହ ଫ୍ୟାଟ୍…
ସାଧାରଣତଃ ଭାବରେ ସ୍ୱାଦଯୁକ୍ତ ଖାଦ୍ୟରେ ଅଧିକ ପରିମାଣରେ କ୍ୟାଲୋରୀ ଥିବା ସହ ଫ୍ୟାଟ୍ ମଧ୍ୟ ଅଧିକ ମାତ୍ରାରେ ରହିଥାଏ, ଯାହାକୁ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଯାଇଥାଏ । ଏପରି ଅବସ୍ଥାରେ ଆପଣ କିପରି ସ୍ୱାସ୍ଥ୍ୟକର ଏବଂ ସ୍ୱାଦଯୁକ୍ତ ଖାଦ୍ୟ ଖାଇବେ ସେ ବିଷୟରେ ଭାବି ଚିନ୍ତିତ ହେଉଥିବେ ନିଶ୍ଚୟ । ସକାଳୁ ଦିନର ଆରମ୍ଭ କିପରି ଏକ ସ୍ୱାସ୍ଥ୍ୟକର ଖାଦ୍ୟରୁ ଆପଣ କରିବେ ସେ ବିଷୟରେ ଆଜି ଆପଣ ଜାଣିବେ ।
ଆପଣ ନିଜକୁ କମ ବୟସ୍କ ଦେଖାଯିବାକୁ ଚାହୁଁଛନ୍ତି ତେବେ ଆଜିଠାରୁ ସବୁ ଦିନ ମିଠା ମକା ଖାଇବା ଆରମ୍ଭ କରିଦିଅନ୍ତୁ । ଏଥିରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ଆପଣ ଏହାକୁ ଖାଇଲେ ବୟସ୍କ ଦେଖାଯାଆନ୍ତି ନାହିଁ । ପ୍ରତିଦିନ ମୁହଁରେ ମକା ତେଲ ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚା ଚମକିବାକୁ ଲାଗିବ । ଏଥିରେ ଅଧିକ ପରିମାଣରେ ମିନେରାଲ ଏବଂ ଭିଟାମିନ ଥିବାରୁ ଏହାକୁ ଖାଇବା ଏବଂ ମୁହଁରେ ଲଗାଇବା ଦ୍ୱାରା ଆପଣଙ୍କ ଦୃଷ୍ଟି ଶକ୍ତି ଭଲ ରହିବା ସହ ଚେହେରା ଚମକି ଥାଏ ।