କଲରା ନାଁ ଶୁଣିବା ମାତ୍ରକେ ଅନେକ ଲୋକଙ୍କ ପାଟି ପିତା ହୋଇଯାଏ। କିନ୍ତୁ ସେମାନେ ଜାଣିନେବା ଉଚିତ୍ ଯେ, ଏହା ପାଟିକୁ ପିତା ହୋଇପାରେ ସତ , କିନ୍ତୁ ଦେହକୁ ସମ୍ପୂର୍ଣ ହିତ। କଲରା ସାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । କଲରାକୁ ବିଭିନ୍ନ ପ୍ରକାର ଉପାୟରେ ଔଷଧ ରୂପେ ବ୍ୟବହାର କରିପାରିବା ।
କଲରାରେ ଏମିତି କିଛି ଗୁଣ ଭରିରହିଛି, ଯାହା ବିଭିନ୍ନ ପ୍ରକାର ସଂକ୍ରମିତ ରୋଗ ସହ ଲଢ଼ିବାରେ ବେଶ୍ ସାହାଯ୍ୟ କରିଥାଏ । ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଏହା ବିଶେଷ ଭାବେ ସହାୟକ ହୋଇଥାଏ। କଲରାରେ ଥିବା ମୋମର୍ସିଡିନ୍ ଏବଂ ଚେରାଟିନ୍ ଭଳି ଆଣ୍ଟିହାଇପର୍ ଗ୍ଲେସୋମିକ୍ ତତ୍ତ୍ୱ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ ଓ ଏହାଛଡ଼ା କଲରାରେ ଆଣ୍ଟି ଅକ୍ସିଡାଣ୍ଟ ଭରର୍ପୂ ଥାଏ, ଯାହା ମଧୁମେହ ସହ ଲଢ଼ିବାରେ ସହାୟତା କରିଥାଏ ।
କଲରା ମଞ୍ଜିରେ ପଲିପେପ୍ଟାଇଡ୍ -ପି ନାମକ ପ୍ଲାଣ୍ଟ ଇନ୍ସୁଲିନ୍ ଥାଏ। ଏହି ଇନ୍ସୁଲିନ୍ ଠିକ୍ ସେହିଭଳି କାମ କରେ, ଯେପରି ଅଗ୍ନାଶୟରୁ ବାହାରୁଥିବା ଇନ୍ସୁଲିନ୍ ରକ୍ତରେ ଶର୍କରା ସ୍ତରକୁ କମ୍ କରିଥାଏ । କଲରା ଜୁସ୍କୁ ଖାଲି ପେଟରେ ପିଇବା ଉଚିତ୍। କଲରା ଜୁସ୍ର କଡ଼ାପଣ କମ୍ କରିବାକୁ ଟୁକୁଡ଼ା ଟୁକୁଡ଼ା କାଟି ତାକୁ ହଳଦୀ ଏବଂ ଲୁଣ ପାଣିରେ ପନ୍ଦର ମିନିଟ୍ ଭିଜାଇ ରଖୁପାରିବେ । ପରେ ଏଥିରେ ଲେମ୍ବୁ ମିଶାଇ ଜୁସ୍ ତିଆରି କରି ପିଅନ୍ତୁ। ଏହା ସ୍ୱାଦ ପରିବର୍ତ୍ତନ କରିବା ସାଙ୍ଗକୁ ସାସ୍ଥ୍ୟକୁ ଆରାମ ଦେଇଥାଏ ।