ଓସ୍ତ ପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ…

ଓସ୍ତ ଗଛର ୨ରୁ ୫ଟି ପତ୍ରକୁ ନେଇ ପେଷ୍ଟ ତିଆରି କରନ୍ତୁ…..

ଓସ୍ତ ଗଛର ପତ୍ର, ଫଳ, ମଞ୍ଜି ଓ ଛେଲିରେ ଅନେକ ଔଷଧୀୟ ଗୁଣ ରହିଛି। ଆୟୁର୍ବେଦରେ ଏହାକୁ ମହୌଷଧୀ ଭାବରେ ଗ୍ରହଣ କରାଯାଇଥାଏ। ଓସ୍ତ ଗଛର ପାଚିଲା ଫଳ ଖାଇଲେ ଭୋକ କମ୍‌ ଲାଗିଥାଏ। ଏହା ବ୍ୟତୀତ କାଶ, ପିତ୍ତ ଓ ବାନ୍ତି ସମସ୍ୟା ଦୂର ହୋଇଥାଏ।

ଓସ୍ତ ଗଛର ୨ରୁ ୫ଟି ପତ୍ରକୁ ନେଇ ପେଷ୍ଟ ତିଆରି କରନ୍ତୁ। ସେଥିରେ ୫୦ ଗ୍ରାମ୍‌ ଗୁଡ଼ ମିଶାଇ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ। ଦିନକୁ ଏହି ଗୁଳାରୁ ତିନି କିମ୍ୱା ଚାରୋଟି ଖାଇଲେ ପେଟ ଯନ୍ତ୍ରଣା କମ୍‌ ହୋଇଥାଏ।

ଓସ୍ତ ଗଛର ଛେଲି ଓ ଫଳକୁ ଅଲଗା ଅଲଗା ଭାବରେ ଗ୍ରାଇଣ୍ଡିଂ କରି ରଖନ୍ତୁ। ଦୁଇଟିକୁ ସମାନ ପରିମାଣରେ ମିଶାଇ ଦିନକୁ ତିନିଥର ଖାଇଲେ, ଆଜ୍‌ମା ରୋଗ ଭଲ ହୋଇଥାଏ। ବିଷଧର ସାପ କାମୁଡ଼ିଲେ ଓସ୍ତ ପତ୍ରର ରସ କାମୁଡ଼ା ସ୍ଥାନରେ ଲଗାନ୍ତୁ କିମ୍ୱା ଏହାର ପତ୍ରକୁ ଚୋବାନ୍ତୁ। ଏହାଦ୍ୱାରା ବିଷର ପ୍ରଭାବ କମ୍‌ ହୋଇଥାଏ।