ଜୀବନୀଶକ୍ତି ଓ ସ୍ୱାସ୍ଥ୍ୟ ବିଷୟରେ ଜାଣନ୍ତୁ….

ଏହି କଥାର ସତ୍ୟତା ଦୁନିଆରେ ଅନେକ ରୋଗୀଙ୍କ କ୍ଷେତ୍ରରେ ସିଦ୍ଧ ହୋଇ ସାରିଛି….

ପ୍ରାୟ ଲୋକେ ପଚାରିଥାନ୍ତି, ” ମୁଁ ଏତେ ବର୍ଷରୁ ରୋଗଗ୍ରସ୍ତ ଅଛି, ଏତେ ଔଷଧ ଖାଇ ସାରିଲିଣି, କଣ ଏବେବି ମୁଁ ସ୍ଵସ୍ଥ ହେବାର ଆଶା କରାଯାଇପାରିବ ?” ଏହି ପ୍ରଶ୍ନର ଏକ ହିଁ ଉତ୍ତର ହେବ, ” ଯଦି ଆପଣଙ୍କ ଶରୀରରେ ଯଥେଷ୍ଟ ଜୀବନୀଶକ୍ତି ଅଛି, ତେବେ ଆପଣଙ୍କ ସ୍ଵସ୍ଥ ହେବାରେ କୌଣସି ସନ୍ଦେହ ନାହିଁ ।”

ଔଷଧ ଉପଚାରକ ସର୍ବଦା ଏହି ରୋଗ ସାଧ୍ୟ ଓ ଏହି ରୋଗ ଅସାଧ୍ୟ ବୋଲି କହିଥାନ୍ତି, କିନ୍ତୁ ଜଣେ ଯେତେ ହୁସିଆର ହୋଇଥାଉ ନା କାହିଁକି, ସେ ଏହା ଜାଣିପାରିବ ନାହିଁ ଯେ, ଅମୁକ ରୋଗ ଅସାଧ୍ୟ ଅଟେ ଏବଂ କାହାର ବି କୌଣସି ରୋଗକୁ ଅସାଧ୍ୟ ଘୋଷଣା କରିବାର ଅଧିକାର ନାହିଁ । ଏହି କଥାର ସତ୍ୟତା ଦୁନିଆରେ ଅନେକ ରୋଗୀଙ୍କ କ୍ଷେତ୍ରରେ ସିଦ୍ଧ ହୋଇ ସାରିଛି; ଯେଉଁମାନଙ୍କୁ ଔଷଧ ଉପଚାରକ ମାନେ ଅସାଧ୍ୟ ଘୋଷଣା କରିଦେଇଥିଲେ, ସେମାନେ ସ୍ଵସ୍ଥ ହୋଇଯାଇଛନ୍ତି ଏବଂ ଦୀର୍ଘ ଜୀବନ ବ୍ୟତୀତ କରିଛନ୍ତି ।

ତେଣୁ, ରୋଗ କେତେ ଭୟାନକ ହେଉ ନା କାହିଁକି, ଯେପର୍ଯନ୍ତ ଜୀବନ ଅଛି ସେପର୍ଯ୍ୟନ୍ତ ଆଶା ଅଛି । ହଁ ଯେଉଁ ରୋଗୀ ବଞ୍ଚିବାର ଆଶା ହିଁ ଛାଡ଼ିଦେଇଛି, ତାର ସ୍ୱାସ୍ଥ୍ୟ ପ୍ରାପ୍ତ କରିବାର ଆଶା ବହୁତ କମ ରହିଯାଇଥାଏ । ଆଶା, ଇଚ୍ଛାଶକ୍ତି ଏବଂ ରୋଗକୁ ଦୂର କରିବାରେ ପ୍ରକୃତିର ସହଯୋଗ, ଏସବୁ ମିଶି କେତେ ଏପରି ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଛି ଓ ସୁନ୍ଦର ସ୍ୱାସ୍ଥ୍ୟ ଦେଇଛି, ଯାହା ବିଷୟରେ “କୌଣସି ଆଶା ନାହିଁ” ବୋଲି ଔଷଧ ଉପଚାରକ ମାନେ ଘୋଷଣା କରିଦେଇଥିଲେ ।