ଲବଙ୍ଗ ତେଲର ଲାଭଦାୟକ ଗୁଣ ଜାଣନ୍ତୁ…

ଲବଙ୍ଗ ତେଲ ଶରୀରରେ ଥିବା କଳାଦାଗ ଦୂର କରିବା ପାଇଁ ସାହାଯ୍ୟ କରିଥାଏ…

ଲବଙ୍ଗ ତେଲରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସ୍ୱାସ୍ଥ୍ୟ ଜନିତ ଅନ୍ୟ ସମସ୍ୟା ସହିତ ସୁନ୍ଦର ତ୍ୱଚା ପାଇଁ ବି ଏହାକୁ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିସେପ୍‌ଟିକ୍‌ ଗୁଣ ସହିତ ଭିଟାମିନ୍‌ ସି, ଭିଟାମିନ୍‌ ଏ , ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଆଉ ଏସବୁ ସୁସ୍ଥ ତ୍ୱଚା ପାଇବା ପାଇଁ ଖୁବ୍‌ ଉପକାରୀ।

ଯଦି ଆପଣଙ୍କ ମୁହଁରେ ବାରମ୍ୱାର ବ୍ରଣ ସମସ୍ୟା ଦେଖାଯାଉଛି, ତା’ହେଲେ ଲବଙ୍ଗ ତେଲ ବ୍ୟବହାର କରନ୍ତୁ। ଏହା ବ୍ରଣ ସମସ୍ୟାକୁ ଦୂର କରିବ। ଲବଙ୍ଗ ତେଲ ଶରୀରରେ ଥିବା କଳାଦାଗ ଦୂର କରିବା ପାଇଁ ସାହାଯ୍ୟ କରିଥାଏ।

ଏହି ତେଲ ବହୁତ ଷ୍ଟ୍ରଙ୍ଗ ହୋଇଥିବାରୁ ଏହାକୁ ବାଦାମ କିମ୍ୱା ନଡ଼ିଆ ତେଲ ସହିତ ମିଶାଇ ଲଗାନ୍ତୁ। ଯଦି ଏପରି କରିବାକୁ ଚାହୁଁନାହାନ୍ତି, ତେବେ ଦୁଇ ବୁନ୍ଦାରୁ ଅଧିକ ଲବଙ୍ଗ ତେଲ ବ୍ୟବହାର କରନ୍ତୁ ନାହିଁ।

ଯଦି ମୁହଁର ତ୍ୱଚାରେ କୁଞ୍ଚନ ଦେଖାଯାଉଛି, ତା’ହେଲେ ଚିନ୍ତା କରନ୍ତୁ ନାହିଁ। ନଡ଼ିଆ ତେଲ ସହିତ ୫ ବୁନ୍ଦା ଲବଙ୍ଗ ତେଲ ମିଶାନ୍ତୁ ଏବଂ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁରେ ମାଲିସ କରନ୍ତୁ। ଏପରି କଲେ ଚେହେରାରେ ପଡୁଥିବା ଭାଙ୍ଗ ଓ କୁଞ୍ଚନ ସମସ୍ୟା କମ୍ ହେବା ଆପଣ ଲକ୍ଷ୍ୟ କରିପାରିବେ।