ନଡ଼ିଆର ଲାଭଦାୟକ ଗୁଣ ଜାଣନ୍ତୁ…

ନଡ଼ିଆ ଖାଇଲେ ପେଟ ପୂରିଲା ଲାଗେ ଓ ଅନେକ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ…

ନଡ଼ିଆ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ନଡ଼ିଆରେ ପ୍ରଚୁର ପରିମାଣରେ ଭିଟାମିନ୍‌, ଆମିନୋ ଏସିଡ୍‌, ଫାଇବର, କାର୍ବୋହାଇଡ୍ରେଟ୍‌ ଓ ପ୍ରୋଟିନ୍‌ ଆଦି ରହିଛି। ଆଉ ଏସବୁ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥା’ନ୍ତି। ନଡ଼ିଆ ଖାଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ।

କାରଣ ନଡ଼ିଆ ଖାଇଲେ ପେଟ ପୂରିଲା ଲାଗେ ଓ ଅନେକ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ। ତେଣୁ ମୋଟା ଲୋକମାନେ ଏହାକୁ ଖାଇଲେ ଅତ୍ୟଧିକ ଖାଦ୍ୟ ଖାଇବାକୁ ମନ କରିବେ ନାହିଁ ଓ ଏଥିଯୋଗୁ ସେମାନଙ୍କ ଓଜନ ବି କମିବ।

ନଡ଼ିଆରେ ଫାଇବରର ମାତ୍ରା ବହୁତ ରହିଥାଏ। ଫଳରେ ଏହାକୁ ଖାଇଲେ କୋଷ୍ଠକାଠିନ୍ୟ ଭଳି ସମସ୍ୟାର ଅନ୍ତ ଘଟିଥାଏ। କିଛି ଦିନ ନିୟମିତ ଭାବେ ରାତିରେ ଗୋଟିଏ ଛୋଟ ଖଣ୍ଡ ନଡ଼ିଆ ଖାଆନ୍ତୁ। ଦେଖିବେ ପେଟ ଜନିତ ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିବ।