lifestyle : ଜଣେ ବ୍ୟକ୍ତି ଭୁଲ ମାଗୁଥିଲେ ତାଙ୍କୁ ଆଦୌ ଦୁର୍ବଳ ଭାବନ୍ତୁନି । ମନେରଖନ୍ତୁ, ଜଣେ ସାହସୀ ଲୋକ ହିଁ ଭୁଲ ପାଇଁ କ୍ଷମା ମାଗିପାରନ୍ତି । କ୍ଷମା ମାଗିବା ସମସ୍ତଙ୍କ ପକ୍ଷେ ସହଜ ନୁହେଁ । ଭୁଲକୁ ସ୍ୱୀକାର କରିବା ଅସୀମ ସାହସର ପରିଚୟ ।
ଜଣେ ବ୍ୟକ୍ତି ତା’ର ଭୁଲକୁ ଲୁଚାଇବା ପାଇଁ ପୁରାଦମ୍ ଲଗାଇ ଦିଅନ୍ତି । ସେପରି କରିବା ଫଳରେ ସଂପୃକ୍ତ ବ୍ୟକ୍ତି କିଛି ଶିଖିବାକୁ ଚାହୁଁ ନାହାନ୍ତି । ଆଗକୁ ଯିବାର ଅଛି ତ ମଉକା ଦେଖି ଚଉକା ମାରନ୍ତୁ ।
ଠିକ ସମୟରେ ଠିକ କାମ ହେଉଛି ନିଜ ଭୁଲକୁ ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତୁ ଆଗକୁ ଯିବାର କଳା ହାସଲ କରନ୍ତୁ ।