ସାମାଜିକ ମାନ୍ୟତାର ନିଦର୍ଶନ ଓ ଆଜି ସମୟର ଏକ ବାହ୍ୟ ସମ୍ମାନ ହେଉଛି ନମସ୍କାର ! ସାଧାରଣତଃ ନିଜ ଠାରୁ ବୟୋଜ୍ୟେଷ୍ଠ କିମ୍ବା ସାମାଜିକ ଉଚ୍ଚସ୍ଥାନିତ ବ୍ୟକ୍ତିଙ୍କୁ ଅଭିନନ୍ଦନରେ ଆମେ ନମସ୍କାର କରିଥାଉ। ଏହା ଆମର ଏକ ସାମାଜିକ ଶୈଖିକତା ତଥା ନିଜସ୍ୱ ଚେତନା ଜ୍ଞାନରୁ ଉଦ୍ଧୃତ।
ବାଲ୍ୟକାଳରୁ ବଡ଼ଙ୍କୁ ସମ୍ମାନ ସାନକୁ ଆଦର କରିବା ଶିକ୍ଷା ମିଳିଥାଏ ଆମ ସମାଜରୁ। ସାମାଜିକ ସମ୍ମାନର ପ୍ରାଥମିକ ପରିଭାଷା ଭାବେ ନମସ୍କାର ସର୍ବଜନ ଗ୍ରହୀତ। ନମସ୍କାର ବ୍ୟତୀତ ଆହୁରି ଅନେକ ସମ୍ମାନର ପରିଭାଷା ବ୍ୟବହୃତ ହୋଇଥାଏ। ଭାରତୀୟ ସଂସ୍କାରରେ ଯାହା ସବୁ ଆମେ ସମସ୍ତେ ଜାଣୁ।
ପ୍ରାଥମିକ ସ୍ତରର ସମ୍ମାନ, ନମସ୍କାରକୁ ଆମେ କେମିତି ବ୍ୟବହାର କରୁଛୁ ଏବଂ ତାହାର ସାମାଜିକ ଗ୍ରହଣୀୟତା ଉପରେ ଆଲୋଚନା କଲେ ହୁଏତ ଅନ୍ୟାନ୍ୟ ସମ୍ମାନସ୍ପଦ ସମ୍ବୋଧନ ଗୁଡ଼ିକର ପରିଭାଷାକୁ ଆମେ ସହଜରେ ବୁଝି ପାରିବା ବୋଲି ଆମର ଅନୁମାନ। ଉପସ୍ଥିତ ସମୟର ଭାରତୀୟ ମନୋଭାବରେ ନମସ୍କାରକୁ ସ୍ଥଳ ବିଶେଷକୁ ନେଇ କେମିତି ବ୍ୟବହାର କରାଯାଉଅଛି ଏବଂ ତାହାର ମାନବିକ ଚେତନାର ସାନ୍ଧ୍ରତା କେତେ ବିଚାରକୁ ନେଲେ ବୁଝିହେବ।
ନମସ୍କାର କରି ସମ୍ମୁଖସ୍ଥ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ସହିତ ନିଜର ମର୍ଯ୍ୟାଦା ବୃଦ୍ଧି କରାଯିବା ଲକ୍ଷ ରଖି ପ୍ରଦାନ କରାଯାଉଥିବା ସମ୍ମାନର ପ୍ରକାର ଭେଦ ଗୁଡିକୁ ବିଶ୍ଳେଷଣ କରି ଦେଖିଲେ ଜାଣିହେବ ଯେ, ଆମେ କେତେପ୍ରକାର ନମସ୍କାର କରିଥାଉ ଏବଂ ସେଗୁଡିକର ସାଙ୍କେତିକ ଅର୍ଥ କ’ଣ ନିଦର୍ଶନ କରିଥାଏ..
ଆମେ କି’ନ୍ତୁ ସାମାଜିକ ଶୈଖିକତା ଜନିତ ନମସ୍କାର କରିଥାଉ କେତେକ ସାମାଜିକ କ୍ଷେତ୍ରରେ..
-ନମସ୍କାର କରିବାର ପ୍ରକାର ଭେଦ ଗୁଡିକ ମଧ୍ୟରୁ, ଆନ୍ତରିକ ଆଗ୍ରହ ତଥା ପ୍ରେମରୁ ଜାଗ୍ରତ ସମ୍ମାନ ଜନିତ ନମସ୍କାର -ଅନାଗ୍ରହ ଥାଇ ବାଧ୍ୟବାଧକତା ମଧ୍ୟରେ ନମସ୍କାର
-ଦେଖାଣିଆ ଭାବରେ ନମସ୍କାର
-ହାସ୍ୟାସ୍ପଦ ନମସ୍କାର
-ଏମିତିକି କ୍ରୋଧାନ୍ୱିତ ନମସ୍କାରର ପରିଭାଷା ମଧ୍ୟ ଦେଖିବାକୁ ମିଳିଥାଏ
-ନମସ୍କାର ମାଧ୍ୟମରେ ସମ୍ମାନ ଦେବା ଏବଂ ଗ୍ରହଣ କରିବା