କମ୍‌ ବୟସର ଝିଅ ପ୍ରତି ଆକର୍ଷିତ ହୁଅନ୍ତି ବୟସ୍କ ପୁରୁଷ

ସେମାନଙ୍କ ମତରେ କମ୍‌ ବୟସର ମହିଳା ଅଧିକ ରୋମାଂଟିକ…..

କମ୍‌ ବୟସର ଝିଅଙ୍କ ସହିତ ଅଧିକ ସମୟ ବିତାଇବାକୁ ଅଧିକାଂଶ ବିବାହିତ ପୁରୁଷ ଆଗ୍ରହ ପ୍ରକାଶ କରୁଥିବା ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି । ତେବେ କ’ଣ ପାଇଁ ପୁରୁଷମାନେ ସେମାନଙ୍କ ବୟସଠାରୁ ବହୁତ କମ୍‌ ବୟସର ଝିଅଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି, ତା’ର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସର୍ବେକ୍ଷଣରେ ଭାଗ ନେଇଥିବା ପୁରୁଷମାନେ କହିଛନ୍ତି ଯେ କମ୍‌ ବୟସର ଝିଅଙ୍କ ସହିତ ମତ ବିନିମୟ କରିବା ଫଳରେ ସେମାନେ ଅତୀତର ଅଭୁଲା ସ୍ମୃତିକୁ ତାଜା କରି ଅପୂର୍ବ ଆନନ୍ଦ ପାଆନ୍ତି । କିଛି ଲୋକଙ୍କ ମତରେ ତେଲଲୁଣ ଜଞ୍ଜାଳରୁ କିଛି ସମୟ ପାଇଁ ମନଫୁର୍ତି କରିବାକୁ ହେଲେ ପାଖରେ କମ୍‌ ବୟସର ଝିଅଟିଏ ଦରକାର । ସେମାନଙ୍କ ଗହଣରେ କିଛି ସମୟ ବିତାଇଲେ ମନରେ ପୁଣି ବଂଚିବାର ଆଶା ସଂଚାରିତ ହୁଏ ।

ସର୍ବେକ୍ଷଣରୁ ଜଣାଯାଇଛି, ପୁରୁଷଙ୍କ ବୟସ ଯେତିକି ମାତ୍ରାରେ ବଢ଼ିଚାଲେ, ସେମାନେ ସେତିକି କମ୍‌ ବୟସର ମହିଳାଙ୍କ ପ୍ରତି ଆକର୍ଷିତ ହୁଅନ୍ତି । କମ୍‌ ବୟସର ମହିଳାଙ୍କ ସହ ମିଶିବା ଫଳରେ ପୁରୁଷମାନେ ନିଜକୁ ଚିନ୍ତାମୁକ୍ତ ଅନୁଭବ କରନ୍ତି । ବୟସ ବଢ଼ିବା କାରଣରୁ ଅଧିକାଂଶ ପୁରୁଷଙ୍କ ମନରୁ ସଙ୍କୋଚଭାବ ଚାଲିଯାଏ, ସେମାନେ ମନଖୋଲି କମ୍‌ ବୟସର ମହିଳାଙ୍କ ସହିତ ଯେକୌଣସି ଆଲୋଚନା କରିପାରନ୍ତି । କିଛି ପୁରୁଷ କହିଛନ୍ତି, କମ୍‌ ବୟସର ଝିଅଙ୍କ ସହିତ ମିଶିବା ଫଳରେ ସେମାନେ ନିଜକୁ ଯୁବକ ଅନୁଭବ କରନ୍ତି । ସେମାନଙ୍କ ମତରେ କମ୍‌ ବୟସର ମହିଳା ଅଧିକ ରୋମାଂଟିକ ଯାହା ସହିତ ଜୀବନକୁ ମନଭରି ଉପଭୋଗ କରିବାକୁ ଇଛା ହୁଏ ।