୨୦ ବର୍ଷ ଧରି କୋମାରେ ଥିଲେ ସାଉଦି ରାଜପରିବାରର ଜଣେ ରାଜକୁମାର । ରବିବାର ତାଙ୍କର ଦେହାନ୍ତ ହୋଇଯାଇଛି । ସାରା ଦୁନିଆ ତାଙ୍କୁ ସ୍ଲିପିଂ ରାଜକୁମାର ଭାବେ ଜାଣିଥିଲା । ରାଜକୁମାର ଅଲ-ୱାଲିଦ ବିନ ଖାଲିଦ ବିନ୍ ତଲାଲ ଅଲ ସୌଦ ତାଙ୍କର ନାମ । ଦୀର୍ଘ ୨୦ ବର୍ଷ ଧରି ମୃତ୍ୟୁ ସହିତ ଲଢ଼େଇ କରିବା ପରେ ଚିରଦିନ ପାଇଁ ଆଖି ବୁଜିଛନ୍ତି । ତାଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା, ସେତେବେଳେ ଏକ ଦୁର୍ଘଟଣାର ଶିକାର ହୋଇ କୋମାକୁ ଚାଲି ଯାଇଥିଲେ ରାଜକୁମାର । ଏବେ ତାଙ୍କୁ ୩୬ ବର୍ଷରେ ପଦାର୍ପଣ କରିଥିଲେ ।
୨୦୦୫ ମସିହାରେ ରାଜକୁମାର ଅଲ୍-ୱାଲିଦ ଲଣ୍ଡନର ମିଲିଟାରୀ ଏକାଡେମୀରେ ପଢୁଥିଲେ । ଗୋଟିଏ କାର ଦୁର୍ଘଟଣାର ଶିକାର କାରଣରୁ ତାଙ୍କ ମସ୍ତିଷ୍କରେ ଗଭୀର ଚୋଟ ବାଜିଥିଲା । ତାଙ୍କୁ ରିୟାଦସ୍ଥିତ ରାଜା ଅବଦୁଲାଜିଜ ମେଡିକାଲ ସିଟିରେ ରଖାଯାଇ ନିୟମିତ ଚିକିତ୍ସା ସେବା ଚାଲିଥିଲା ।