ଅନ୍ୟାନ୍ୟ ଫଳ ପରି ଜାମୁକୋଳି ମଧ୍ୟ ଆମ ଶରୀର ପାଇଁ ବେଶ୍ ଉପକାରୀ। ଏହା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ଦେଇଥାଏ। ଜାମୁକୋଳିରେ ଥିବା ଆଣ୍ଟି ଆକ୍ସିଡାଣ୍ଟ ଶରୀରରେ ହେଉଥିବା ଜଳାପୋଡ଼ାକୁ ଭଲ କରିଦିଏ। ଏତିକି ନୁହେଁ, ଶରୀରକୁ ସଂକ୍ରମଣରୁ ମଧ୍ୟ ଜାମୁକୋଳି ରକ୍ଷା କରିଥାଏ।
ଜାମୁକୋଳିରେ ଭିଟାମିନ ସି’ ଓ ଆଇରନ ପ୍ରଚୁର ମାତ୍ରାରେ ରହିଛି, ଯାହା ଡାଇବେଟିସ, କୋଲେଷ୍ଟ୍ରଲ, ବ୍ଲଡ ପ୍ରେସର ଓ ହାର୍ଟ ରୋଗୀଙ୍କ ପାଇଁ ଭଲ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଆପଣଙ୍କ ଶରୀରରେ ଭିଟାମିନ ସି’ ଓ ଆଇରନର ଅଭାବ ରହିଛି, ତେବେ ଜାମୁକୋଳି ଖାଆନ୍ତୁ।
ଏହାକୁ ଖାଇଲେ ରକ୍ତରେ ଥିବା ଖରାପ ବ୍ୟାକ୍ଟେରିଆ ନଷ୍ଟ ହୋଇଯା’ନ୍ତି।
ଡାଇବେଟିସ ରୋଗୀ ଜାମୁକୋଳି ଖାଇଲେ ସୁଗାର ନିୟନ୍ତ୍ରଣରେ ରହିଥାଏ।