ଆଲମଣ୍ଡରେ ଆପଣାନ୍ତୁ ଏହି ଟିପ୍ସ

ଏହି ନାଇଟ କ୍ରିମ ପାଇଁ ଆବଶ୍ୟକ ୭ରୁ ୮ଟି ଆଲମଣ୍ଡ । ଏହାକୁ ରାତି ସାରା ଭିଜାଇ ରଖନ୍ତୁ । ପରଦିନ ଏଥିରୁ ଚୋପା ଛଡାଇ ଦିଅନ୍ତୁ ଯେପରି ଏହାର ସାମାନ୍ୟ ମାତ୍ର ଚୋପା ନରହେ । ଏଥିରେ ଗୋଟିଏରୁ ଦେଢ ଚାମଚ ଗୋଲାପ ଜଳ ଦେଇ ଏହାକୁ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଗ୍ରାଇଣ୍ଡିଙ୍ଗ କରିବା ପରେ ଏହାକୁ ଚା’ ଛଣାରେ ଭଲଭାବେ ଛାଣି ଦିଅନ୍ତୁ । ଯେପରି ଏଥିରେ ଥିବା ଖଦଡ ଅଂଶ ବାହାରି ଯିବ ଏବଂ ଆପଣଙ୍କୁ ମିଳିବ ପୁରା ଚିକକଣ ପେଷ୍ଟ ।

ଏବେ ଏଥିରେ ଏକ ଟେବୁଲ ସ୍ପୁନ୍ ଆଲୋଭେରା ଜେଲ୍ ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏହାକୁ ଆପଣ ଏକ ବେଷ୍ଟ ନାଇଟ କ୍ରିମ ଭାବେ ବ୍ୟବହାର କରିପାରିବେ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁକୁ ଭଲ ଭାବେ ଧୋଇ ଏହାକୁ ଲଗାଇ କିଛି ସେକେଣ୍ଡ ଭଲ ଭାବେ ମସାଜ କରିଦିଅନ୍ତୁ ।