ଭାରତରେ ଟାଟୁ ପରମ୍ପରା ନୂଆ ନୁହେଁ । ଆସିବାସୀଙ୍କ ମଧ୍ୟରେ ଏହି ଟ୍ରେଣ୍ଡ କେଉଁ କାଳରୁ ରହିଆସିଛି । ଟାଟୁ କ୍ରେଜ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ବେଶି ଦେଖିବାକୁ ମିଳୁଛି । ଶରୀରରେ ବିଭିନ୍ନ ଥିମର ଟାଟୁ କରିବାକୁ ପସନ୍ଦ କରୁଛନ୍ତି । କ୍ରିକେଟର ହୁଅନ୍ତୁ କି ଫିଲ୍ମ ତାରକା କି ଯୁବପିଢି ସମସ୍ତଙ୍କୁ ଟାଟୁ ନିଶା । ଭାରତରେ ଏହି ଉଦ୍ୟୋଗ ପ୍ରତିବର୍ଷ ୨୦ହଜାର କୋଟି ଟଙ୍କାରୁ ଉଦ୍ଧ୍ୱର୍ ରାଜସ୍ୱ ଆୟ କରିଥାଏ । ଏଭଳି ସ୍ଥିତିରେ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହାକୁ ଏହି ଶିଳ୍ପର ବିକାଶରେ ଗ୍ରହଣ ଲଗାଇବାକୁ ଯାଉଛି ।
ରିପୋର୍ଟ ଅନୁସାରେ ଜଣେ ବ୍ୟକ୍ତି ଶରୀରରେ ଟାଟୁ କରିବା ଦ୍ୱାରା ୨୧ପ୍ରତିଶତ କ୍ୟାନସରର ଆଶଙ୍କା ବଢିଥାଏ । ଭାରତର ଗଳିକନ୍ଦିରେ ଟାଟୁ ଆଟିହ୍ଟ ଦେଖିବାକୁ ମିଳୁଛନ୍ତି । ଗୋଆର ସମୁଦ୍ର ତଟ ଯାଆନ୍ତୁ ଅବା ଉତ୍ତରାଖଣ୍ଡର ହରିଦ୍ୱାର-ଋଷିକେଶ କି ଦିଲ୍ଲୀର କେଉଁ ସ୍ଥାନକୁ ବି ଯାଆନ୍ତୁ ସବୁଆଡେ ପ୍ରଫେସନାଲ ଟାଟୁ ଆଟିଷ୍ଟ ବା ପାର୍ଲର ଦେଖିବାକୁ ମିଳିଥାଏ । ଏ ଶିଳ୍ପ ପ୍ରତିବର୍ଷ ୨୦ହଜାର କୋଟିର ଯୋଗଦାନ ଦିଏ । ସ୍ୱିଡେନର ବିଶ୍ୱ ପ୍ରସିଦ୍ଧ ଲୁଣ୍ଡ ୟୁନିଭର୍ସିଟିର ଏହ ରିପୋର୍ଟରୁ ଏହା ଜଣା ପଡିଛି ଯେ ଟାଟୁ କରିଥିବା ବ୍ୟକ୍ତି ମାନଙ୍କ ଠାରେ ଲିମ୍ଫୋମା ବିକଶିତ ହେବାର ଆଶଙ୍କା ୨୧ପ୍ରତିଶତ ଅଧରକ ହୋଇଥାଏ । ଟାଟୁ କରିବା ଦ୍ୱାରା ଆହୁରି ଅନେକ ରୋଗ ମଧ୍ୟ ହୋଇଥାଏ ।
ଟାଟୁ ବନାଇବା ସମୟରେ ସାବଧାନ ରହିବା ବି ଜରୁରି । କୌଣସି ଦ୍ୱିତୀୟ ବ୍ୟକ୍ତି ଶରୀରରେ ଟାଟୁ ବନାଇବା ପାଇଁ ବ୍ୟବହାର ହୋଇଥିବା ସ୍ୟାହି କିମ୍ବା ଛୁଞ୍ଚି ଦ୍ୱାରା ହେପାଟାଇଟିସ ବି, ସି, ଏଚଆଇଭି ଏବଂ ଲିଭର ଓ ରକ୍ତ କର୍କଟ ଭଳି ରୋଗ ଆଶଙ୍କା ବଢିଯାଏ । ତେଣୁ ଏବେ ଟାଟୁ ବୂବସାୟର ଭବିଷ୍ୟତ ଅନ୍ଧକାର ଦିଶୁଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି ।