ବ୍ରହ୍ମ କମଳ ଏକ ବିରଳ ଫୁଲ, ଯାହାକୁ କ୍ଵଚିତ ଫୁଟିବାର ଦେଖା ଯାଏ, ଦେବପୁଷ୍ପ କୁହାଯାଉଥିବା ବ୍ରହ୍ମ କମଳା ଫୁଲ ଫୁଟିଲେ ମଙ୍ଗଳ ହୁଏ ବୋଲି କୁହାଯାଏ, ଭଗବାନଧରାପୃଷ୍ଠରେ ଜନ୍ମ ନେଇଥିବା ହେତୁ ତାଙ୍କର ଅଧିକାଂଶ ପ୍ରିୟ ଜିନିଷ ଦେଖିବାକୁମିଳେ ତନ୍ନମଧ୍ୟରୁ ବ୍ରହ୍ମ କମଳ ଅନ୍ୟତମ, ଏହି କମଳ ଉତ୍ତରାଖଣ୍ଡ ରାଜ୍ୟ ରେ ବେଶୀ ଦେଖିବାକୁ ମିଳେ, ଏହା ଉତ୍ତରାଖଣ୍ଡ ର ଜାତୀୟ ଫୁଲ ଅଟେ, ବର୍ତମାନେ ଆମ ରାଜ୍ୟ ର ବିଭିନ୍ନ ସ୍ଥାନରେ ବ୍ରହ୍ମ୍ଧ କମଳ ଫୁଲ ଫୁଟିବାର ଦେଖିବାକୁ ମିଳୁଛି, ଯାହା ଘରେ ଫୁଟୁଛି ସେ ତ ବହୁତ ଖୁସି ତା ସହିତ ଏହି ଫୁଲ ଦେଖିବା ପାଇଁ ଲୋକମାନଙ୍କର ଭିଡ଼ ଲାଗୁଛି, ଫୁଲ ଟିର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ମୁଗ୍ଧ କରିଥାଏ ।
ଅନ୍ୟ କମଳଫୁଲ ସବୁ ସୂର୍ଯ୍ୟ ଉଦୟ ସମୟରେ ଫୁଟୁଥିବା ବେଳେ ବ୍ରହ୍ମ କମଳ ଫୁଲ ଚନ୍ଦ୍ର ଆଲୋକ ରେ ରାତ୍ରି ସମୟରେ ଫୁଟେ, ଏହାର କଢରୁ ଫୁଲ ଫୁଟିବା ପାଇଁ ଦୁଇ ଘଣ୍ଟା ସମୟ ଲାଗେ,ପୌରାଣିକ କଥା ଅନୁସାରେ ଏହି କମଳ ଟି ବ୍ରହ୍ମlଙ୍କ ଦ୍ୱାରା ସୃଷ୍ଟି ତେବେ ରାତିରେ ଫୁଟୁଥିବା ଏହି ଧଳା ଫୁଲଟି ପ୍ରଭୁ ନାରାୟଣଙ୍କ ଭାରିପ୍ରିୟ ତେଣୁ ଶ୍ରୀ ଜଗନ୍ନାଥ ଙ୍କୁ ଏହି ପୁଷ୍ପଟି ଅର୍ପଣ କରାଯାଏ ,ହିମାଳୟ ଆଖପାଖ ରେ ବାସ କରୁଥିବା ଲୋକେ କୁହନ୍ତି ଯେ ଏହି ଫୁଲ ଫୁଟିବା ସମୟ ରେ ଯଦି କିଏ ଦେଖିନିଏ ତାର ସମସ୍ତ ମନସ୍କାମନା ପୁର୍ଣ ହୁଏ,ବ୍ରହ୍ମ କମଳ ଫୁଲରେ ଥିବା ଜଳ ଅମୃତ ପରି କାମ କରେ, ଏହାକୁ ସେବନ କଲେ ଅନେକ ରୋଗରୁ ରକ୍ଷା ମିଳେ।