ଶରୀର ପାଇଁ ସବୁଠୁ ଜରୁରୀ ତତ୍ତ୍ୱ

ଅଧିକ ପାଣି ପିଇବା ଠିକ ନା ଭୁଲ

ଶରୀରରେ ପାଣିର କମି କାରଣରୁ ଅନେକ ସମସ୍ୟ ଦେଖାଦେଇଥାଏ । କିନ୍ତୁ ଅଧିକ ପାଣି ପିଇବା ଠିକ ନା ନାହିଁ । ଅଧିକ ପାଣି ପିଇବା ଲାଭଦାୟକ ନା କ୍ଷତିକାରକ ଆସନ୍ତୁ ଜାଣି । ବିନା ଶୋଷରେ ପାଣି ପିଇବା ଠିକ ନୁହେଁ । ଏହା ଲାଭଦାୟକ ସ୍ଥାନରେ ହାନିକାରକ ହୋଇପାରେ । ଅନେକ ଲୋକ ବିନା ଶୋଷରେ ବି ପାଣି ପିଇ ଥାଆନ୍ତି । ସେମାନେ ଜାଣି ନ ଥାଆନ୍ତି କି ଏହା ସେମାନଙ୍କ ପାଇଁ ଲାଭଦାୟକ ନା କ୍ଷତିକାରକ ।

ଶରୀର ପାଇଁ ସବୁଠୁ ଜରୁରୀ ତତ୍ତ୍ୱ ପାଣି ହିଁ ଅଟେ । ଏହା ଖଣିଜ, ଅମିନୋ ଏସିଡ ତଥା ଗ୍ଲୁକୋଜକୁ ଅବଶୋଷିତ କରି ଶରୀରକୁ ସାହାଯ୍ୟ କରେ । ଟକ୍ସିକ ପଦାର୍ଥ ଓ ବେଷ୍ଟ ପ୍ରୋଡକ୍ଟକୁ ବାହାର କରିବାରେ ଏହା ସହାୟତା କରେ । ଯଦି ଶରୀରରେ ଜଳୀୟ ଅଂଶ କମିଯାଏ, ତେବେ ଅନେକ ପ୍ରକାର ରୋଗ ମଣିଷକୁ ଗ୍ରାସ କରେ । ସେଥିପାଇଁ ଖୁବ ପାଣି ପିଇବା ଉଚିତ, କିନ୍ତୁ ଜରୁରୀଠୁ ଅଧିକ ପାଣି ପିଇବା ହାନିକାରକ ଅଟେ ।

ଡାକ୍ତରଙ୍କ କହିବାନୁସାରେ, ଗରମ ଦିନରେ ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଉଚିତ । ଏହାଫଳରେ ଶରୀର ହାଇଡ୍ରେଟ ରୁହେ ଓ ଅନେକ ପ୍ରକାର ବିପଦରୁ ରକ୍ଷା ମିଳେ । ସାଧାରଣତଃ ଯେତେବେଳେ ଆମ ଶରୀରକୁ ପାଣିର ଆବଶ୍ୟକତା କରେ, ସେହି ସମୟରେ ଶୋଷ ଜରିଆରେ ଆମ ପାଖକୁ ସଂକେତ ଆସିଥାଏ । ବିନା ଶୋଷରେ ପାଣି ପିଇଲେ ଶରୀରକୁ କିଛି ଲାଭ ହୋଇ ନ ଥାଏ । ସେଥିପାଇଁ ଶୋଷ ଲାଗିଲେ ହିଁ ପାଣି ପିଇବା ଉଚିତ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପାଣି ଡିହାଇଡ୍ରେସନରୁ ରକ୍ଷା କରେ ଓ କିଡନୀ ଷ୍ଟୋନ ସମସ୍ୟାକୁ ଦୂର କରେ । କିଡନୀ ଷ୍ଟୋନ ଥିବା ବ୍ୟକ୍ତି ଦିନକୁ ପ୍ରାୟ ୩ ଲିଟର ପାଣି ପିଇବା ଉଚିତ । ମାତ୍ର ଅଧିକ ପାଣି ବିନା ଶୋଷରେ ପିଇଲେ ତାହାର ବିପରୀତ ପ୍ରଭାବ ଶରୀର ଉପରେ ପଡିବା ଥୟ ।