ତ୍ୱଚା ପାଇଁ ଆପଣାନ୍ତୁ ଏହି ପିଜୁଳି ଫେସ୍‌ ପ୍ୟାକ୍‌

ଗ୍ରାଇଣ୍ଡିଂ ହୋଇଥିବା ପିଜୁଳିରେ ଏକ ଚାମଚ ମହୁ ଓ ଅଧା ଚାମଚ ଲେମ୍ୱୁ ରସ ଭଲ ଭାବେ ମିଶାନ୍ତୁ…

ପିଜୁଳି ରେ ଥିବା ପୋଷକତତ୍ତ୍ୱ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ। ତେବେ ଏହା ତ୍ୱଚାର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାଏ। ତେଣୁ ଆପଣ ଚାହିଁଲେ ପିଜୁଳି ଖାଇବା ସହିତ ଏହାର ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାଇପାରିବେ। ଏହାଦ୍ୱାରା ଆପଣଙ୍କ ସ୍କିନ୍‌ ଗ୍ଲୋ କରିବ।

ଗୋଟିଏ ଛୋଟ ସାଇଜ୍‌ର ପିଜୁଳି ଆଣି ଏହାକୁ କାଟି ଛୋଟ କରନ୍ତୁ। ପରେ ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଗ୍ରାଇଣ୍ଡିଂ ହୋଇଥିବା ପିଜୁଳିରେ ଏକ ଚାମଚ ମହୁ ଓ ଅଧା ଚାମଚ ଲେମ୍ୱୁ ରସ ଭଲ ଭାବେ ମିଶାନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ମାଲିସ କରନ୍ତୁ ଏବଂ କିଛି ସମୟ ଏହାକୁ ସେମିତି ମୁହଁରେ ଛାଡ଼ି ଦିଅନ୍ତୁ। ପରେ ନଖ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।

ସେହିପରି ଶୁଷ୍କ ତ୍ୱଚା ପାଇଁ ପିଜୁଳିକୁ ଗ୍ରାଇଣ୍ଡିଂ କରି ସେଥିରେ ଅଧା ଚାମଚ ଓଟ୍‌ସ, ଗୋଟିଏ ଅଣ୍ଡା କେଶର, ଗୋଟିଏ ଚାମଚ ମହୁ ଓ ଦୁଇ ବୁନ୍ଦା ଗ୍ଲିସେରିନ୍‌ ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ସପ୍ତାହକୁ ଏପରି ଦୁଇଥର ଲଗାନ୍ତୁ। ଏପରି କଲେ ତ୍ୱଚାର ଶୁଷ୍କପଣ ଦୂର ହେବ।