ଆଜିର ରାଶିଫଳ । ଆଜି ମେ’ ମାସ ୩ ତାରିଖ ଶନିବାର ଗ୍ରହରାଜ ଶନିଶ୍ଚରଙ୍କ ମହାଯଜ୍ଞ

ଆଜି ମେ’ ମାସ ୩ ତାରିଖ ଶନିବାର । ହିନ୍ଦୁ କ୍ୟାଲେଣ୍ଡର ମୁତାବକ ବୈଶାଖ ମାସ ୧୩ ଦିନ । ରାଶି ଗଣନାନୁସାରେ ମେଷ ମାସ ୨୦ ଦିନରେ ପଦାର୍ପଣ କରିଛି । ଆଜି ଶୁକ୍ଳପକ୍ଷ ଷଷ୍ଠି ତିଥି । ଚନ୍ଦ୍ର ଅବସ୍ଥାନ କରିଛନ୍ତି ପୁନର୍ବସୁ ନକ୍ଷତ୍ର ମିଥୁନ ରାଶିରେ । ଆଚାର୍ଯ୍ୟ ରାମାନୁଜଙ୍କ ଜନ୍ମତିଥି । ଗ୍ରହରାଜ ଶନିଶ୍ଚରଙ୍କ ମହାଯଜ୍ଞ ।

ଆଜି ସପ୍ତମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଯୋଗିନୀ ପଶ୍ଚିମ କୋଣରେ ଅବସ୍ଥାନ କରିଛନ୍ତି । ଦିନ ୭ଟା ୫୩ ମିନିଟ୍‌ ପରେ ଯୋଗିନୀ ବାୟୁକୋଣରେ ଅବସ୍ଥାନ କରିବେ । ତେଣୁ ଯୋଗିନୀଙ୍କୁ ବାମପାଶ୍ୱର୍ରେ ରଖି ଯାତ୍ରାରମ୍ଭ କରିପାରନ୍ତି । ଘରୁ ବାହାରକୁ ଗୋଡ଼ କାଢ଼ିବା ପୂର୍ବରୁ ମନରେ ‘ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ, ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱାଧା ନମୋସ୍ତୁତେ’ ସ୍ମରଣ କରି ବାହାରି ଯାଆନ୍ତୁ । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ।

ମେଷ: ମେଷରାଶିର ଜାତକଙ୍କ ପାଇଁ ଆଜି ଭାଗ୍ୟବାନ ନମ୍ବର ହେଉଛି ୧ । ଶୁଭ ରଙ୍ଗ ନାରଙ୍ଗୀ ଓ ଗାଢ଼ ହଳଦିଆ । ଆଜି ଆପଣ ଶିବଲିଙ୍ଗ ଉପରେ ଖିର ଅର୍ପଣ କରି ଦିଅନ୍ତୁ । ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ । ଯୋଉ ଟଙ୍କା ପାଇବେ ପାଇବେ ବୋଲି ଅପେକ୍ଷା କରି ନିରାଶ ହେଉଥିଲେ । ତାହା ଆଜି ଫେରି ପାଇପାରନ୍ତି । ମା ବାପାଙ୍କ ସହିତ କିଛି ସମୟ କଟାନ୍ତୁ । କାହା ସହିତ ଭାଗିଦାରୀ ବ୍ୟବସାୟ କରିବା ଆପଣଙ୍କ ପକ୍ଷେ ଉଚିତ ହେବନି । ଘରେ ଭାଇଭଉଣୀଙ୍କ ମେଳରେ ବସି ଚଳଚ୍ଚିତ୍ର ଦେଖନ୍ତୁ । ବ୍ୟକ୍ତିଗତ ସମସ୍ୟା ଦୂର କରିବାକୁ ଚାହୁଁଥିଲେ ଆମ ନିକଟକୁ ହ୍ୱାଟ୍‌ସ ଅପ୍‌ କରନ୍ତୁ ।

ବୃଷ: ବୃଷରାଶିର ଜାତକ ଆଜି ପ୍ରେମୀ ଅବା ବାନ୍ଧବୀଙ୍କ ହାତକୁ ଗୋଲାପ ବଢ଼ାଇ ପ୍ରେମକୁ ମଜଭୁତ କରନ୍ତୁ । ଆପଣଙ୍କ ଭାଗ୍ୟବାନ ନମ୍ବର ୯ । ଶୁଭ ରଙ୍ଗ ଲାଲ ଓ ମେରୁନ୍‌ । ବ୍ୟବସାୟରୁ ଆଶାତୀତ ଲାଭ ପାଇପାରନ୍ତି । ସାମାଜିକ ସଂପର୍କ ବୃଦ୍ଧି ପାଇବ । ସାଙ୍ଗସାଥୀଙ୍କ ସହିତ ପାର୍ଟି ଆୟୋଜନ କରିପାରନ୍ତି । ଅଫିସରେ ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ସହିତ ମିଶି କୌଣସି କାମକୁ ସାକାର କରିପାରନ୍ତି । କୌଣସି ଆଧ୍ୟାତ୍ମିକ ଗୁରୁଙ୍କ ସାନ୍ନିଧ୍ୟ ପାଇପାରନ୍ତି । କାହା ଉପରେ କୌଣସି ପ୍ରକାର ଚାପ ପକାନ୍ତୁ ନାହିଁ ।

ମିଥୁନ: ମିଥୁନ ରାଶିର ପୁରୁଷ, ମହିଳା, ପୁଅ ଝିଅ, ଯୁବକ ଯୁବତୀଙ୍କ ପକ୍ଷେ ଆଜି ଘିଅ ଅବା ଧଳା ରଙ୍ଗର ପୋଷାକ ପିନ୍ଧିବା ଶୁଭଦାୟକ ରହିବ । ଆଜି ଆପଣଙ୍କର ଭାଗ୍ୟଶାଳୀ ନମ୍ବର ୭ । ମୁହଁରେ ଉତ୍ସାହ ଭରି ରହିବ ମାତ୍ର ମନଟା ଟିକେ ଭାରି ଭାରି ଲାଗିବ । ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବା ଲୋକମାନେ ଆଜି ଟଙ୍କାର ଗୁରୁତ୍ୱକୁ ଅନୁଭବ କରିପାରନ୍ତି । ପ୍ରେମକୁ ସତ୍ୟ ଓ ପବିତ୍ର ହୃଦୟରେ ଗ୍ରହଣ କରନ୍ତୁ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଅନ୍ତୁ । ଲୋକଙ୍କ ସହିତ ମିଳାମିଶା କରନ୍ତୁ । ସହକର୍ମୀଙ୍କ ନିକଟରୁ ଭଲ ପରାମର୍ଶ ପାଇପାରନ୍ତି ।

କର୍କଟ: ଆଜି ଆପଣଙ୍କ ପାଇଁ ଭାଗ୍ୟବାନ ନମ୍ବର ହେଉଛି ୧ । ଶୁଭ ରଙ୍ଗ ହେଉଛି ନାରଙ୍ଗୀ ଓ ଗାଢ଼ ହଳଦିଆ । ଘରେ କେତୁ ଯନ୍ତ୍ରଟିଏ ସ୍ଥାପନ କରି ନିୟମିତ ପୂଜାର୍ଚ୍ଚନା କଲେ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ଆଜି ଆପଣ ସ୍ପଷ୍ଟ କଥା କହି ଆପଣଙ୍କ ବନ୍ଧୁଙ୍କ ଅହଂକାରକୁ ଭାଙ୍ଗି ପାରନ୍ତି । ଷ୍ଟକ୍‌ ମାର୍କେଟ ଅବା ବ୍ୟବସାୟରେ ଟଙ୍କା ଖଟାନ୍ତୁ ନାହିଁ । ପରିବାରକୁ ନୂତନ ସଭ୍ୟ ଆଗମନ କରିପାରନ୍ତି । ପ୍ରେମ ପାଇଁ ଭଲ ଦିନଟିଏ । ପ୍ରେମୀ ଅବା ବାନ୍ଧବୀଙ୍କ ସହିତ ଲଙ୍ଗ୍‌ ଡ୍ରାଇଭରେ ଯାଇପାରନ୍ତି । ରାତିରେ ବାଲକୋନିରେ, ଛାତରେ ଅବା ଘର ବାହାରେ କିଛି କ୍ଷଣ ଏକୁଟିଆ ଚଲାବୁଲା କରନ୍ତୁ । ମାନସିକ ଶାନ୍ତି ପାଇବେ ।

ସିଂହ: ସିଂହ ରାଶିର ଜାତକଙ୍କ ପାଇଁ ଆଜି ଭାଗ୍ୟବାନ ନମ୍ବର ହେଉଛି ୯ । ଶୁଭ ରଙ୍ଗ ଲାଲ ଓ ମେରୁନ୍‌ । ଜାତକ ଭୈରବ ମନ୍ଦିର ଯାଇ ଠାକୁରଙ୍କ ମସ୍ତକରେ ଖିର ଲାଗି କଲେ ପାରିବାରିକ ଜୀବନ ସୁଖପ୍ରଦ ରହିବ । ଆଜି ଆପଣଙ୍କ ନିକଟକୁ ଧନ ଆସିପାରେ । ଧନ ଆସିବା ପରେ କିଛି ଦାନପୂଣ୍ୟ କରିବାକୁ ଭୁଲିବେନି । ପରିବାରରେ କୌଣସି ସଦସ୍ୟ ଅସୁସ୍ଥ ହୋଇପାରନ୍ତି । ଆଜି ଯୋଜନା ମୁତାବକ କାମ ଆରମ୍ଭ କରନ୍ତୁନି । ଆଜି ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ପରିବାରକୁ ଯଥେଷ୍ଟ ସମୟ ଦେଇ ପାରିବେନି ।

କନ୍ୟା: କନ୍ୟାରାଶିର ଜାତକଙ୍କ ପାଇଁ ଆଜି ଭାଗ୍ୟବାନ ନମ୍ବର ହେଉଛି ୭ । ଶୁଭ ରଙ୍ଗ ୭ । ଆଜି ଆପଣ ଗୁରୁ ଅବା ଛୋଟ ପିଲାଙ୍କ ମନକୁ ଖୁସି କରି ଦିଅନ୍ତୁ । ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ । ଅନ୍ୟକୁ ସନ୍ଦେହ କରି ଆପଣ ଅପଦସ୍ତ ହୋଇପାରନ୍ତି । ହାତଖୋଲି ଖର୍ଚ୍ଚ କରନ୍ତୁନି କାରଣ ଦରକାର ସମୟରେ ଆପଣଙ୍କ ନିକଟରେ ଟଙ୍କାର ଅଭାବ ପଡ଼ିପାରେ । ମନର ଭାବନାକୁ କାହା ନିକଟରେ ପ୍ରକାଶ କରନ୍ତୁ ନାହିଁ । ଚାକିରି କରୁଥିବା ଲୋକମାନେ ଚିନ୍ତାଗ୍ରସ୍ତ ରହିପାରନ୍ତି । ଗୁଜବକୁ କର୍ଣ୍ଣପାତ କରନ୍ତୁ ନାହିଁ । ଆଜି କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ ।

ତୁଳା: ତୁଳାରାଶିର ଜାତକଙ୍କ ପାଇଁ ଆଜି ଭାଗ୍ୟବାନ ନମ୍ବର ୧ । ଶୁଭ ରଙ୍ଗ ନାରଙ୍ଗୀ ଓ ସୁବର୍ଣ୍ଣ । ସମସ୍ୟାରେ ପଡ଼ି ଧୈର୍ଯ୍ୟ ହରାନ୍ତୁ ନାହିଁ । ଠାକୁର ଘରେ ଚନ୍ଦ୍ରଙ୍କର ଯନ୍ତ୍ରଟିଏ ସ୍ଥାପନ କରି  ପୂଜାର୍ଚ୍ଚନା କଲେ ଆର୍ଥିକ ସ୍ଥିତି ଦୃଢ଼ ହେବ । ଖାଦ୍ୟରେ ଟିକେ ରାଗ ପକାଇ ଦେଲେ ତାହା ଯେପରି ସୁଆଦିଆ ଲାଗେ । ସେହିପରି ପ୍ରତିକୂଳ ପରିସ୍ଥିତି ଆପଣଙ୍କ ପାଇଁ ଖାସ୍‌ ରହିବ । ମୁଡ୍‌ ଠିକ କରିବା ପାଇଁ ନିଜକୁ ସାମାଜିକ କାମରେ ବ୍ୟସ୍ତ ରଖନ୍ତୁ । ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିପାରେ । ଜୀବନର ବାସ୍ତବତାକୁ ଅନୁଭବ କରିବା ପାଇଁ ଚାହୁଁଥିଲେ ପରିବାର ନିକଟରୁ କିଛି ସମୟ ଦୂରେଇ ରୁହନ୍ତୁ । ଯାହାକୁ ଆପଣଙ୍କ ଶତ୍ରୁ ବୋଲି ଭାବୁଥିଲେ ସେହି ଆପଣଙ୍କର ଶୁଭଚିନ୍ତକ ଭଳି ମନେହେବ । ପଡୋଶୀଙ୍କ ହସ୍ତକ୍ଷେପ ଆପଣଙ୍କ ଦାମ୍ପତ୍ୟ ଜୀବନକୁ ବିଷ ତୁଲ୍ୟ କରିପାରେ ।

ବିଛା: ବିଛାରାଶିର ଜାତକଙ୍କ ପାଇଁ ଆଜି ଭାଗ୍ୟବାନ ନମ୍ବର ୨ । ଶୁଭ ରଙ୍ଗ ସିଲଭର ଅବା ଧଳା । ଅଧିକାଂଶ ସମୟ ଧଳା ପୋଷାକ ପରିଧାନ କରନ୍ତୁ । ପାରିବାରିକ ଜୀବନ ହସଖୁସି ଭରା ରହିବ । ଆଜି ଆପଣ ସପନ ରାଇଜରେ ବିଚରଣ କରିପାରନ୍ତି । ଦୀର୍ଘଦିନ ଧରି ଚେଷ୍ଟା କରୁଥିବା ଋଣ ମଞ୍ଜୁର ହୋଇଯିବ । ପରକୀୟା ପ୍ରୀତି ଆପଣଙ୍କ ସାମାଜିକ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିପାରେ । ଅଂଶୀଦାରୀ ବ୍ୟବସାୟରେ ପଶନ୍ତୁ ନାହିଁ । ସମୟର ସଦୁପଯୋଗ କରନ୍ତୁ ନଚେତ୍‌ ଅନ୍ୟମାନଙ୍କ ଠାରୁ ବହୁତ ପଛରେ ପଡ଼ିଯିବେ । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବା ଫଳରେ ଆପଣଙ୍କ ପତ୍ନୀ ନିଃସଙ୍ଗ ଅନୁଭବ କରିପାରନ୍ତି ।

ଧନୁ: ଧନୁରାଶିର ଜାତକଙ୍କ ପାଇଁ ଆଜି ଭାଗ୍ୟବାନ ନମ୍ବର ୮ । ଶୁଭ ରଙ୍ଗ କଳା ଓ ନୀଳ । ଆପଣ ସୋରିଷ ତେଲରେ ନିଜ ମୁହଁକୁ ଦେଖିବା ପରେ ସେଥିରେ କିଛି ଅଟା ପକାଇ ଛୋଟ ଛୋଟ ଗୁଲି କରି ପକ୍ଷୀକୁ ଖାଇବାକୁ ଦିଅନ୍ତୁ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ଆଜି ଆପଣ ଟଙ୍କାର ଆବଶ୍ୟକତାକୁ ଅନୁଭବ କରିବେ । ଦରକାର ସମୟରେ ସହାୟତାର ହାତ ବଢ଼ାଇ ଆପଣ କୌଣସି ବ୍ୟକ୍ତିଙ୍କୁ ଆସନ୍ନ ବିପଦରୁ ରକ୍ଷା କରିପାରନ୍ତି । ପ୍ରେମ ପ୍ରସଙ୍ଗକୁ ଗୁପ୍ତ ରଖନ୍ତୁ । ଅଫିସରୁ ଘରକୁ ଗଲାବେଳେ ସତର୍କତାର ସହିତ ଯାନବାହନ ଚଳାନ୍ତୁ । ଜୀବନସାଥୀଙ୍କ ସହିତ କିଛି ସମୟ ମଧୁର ଆଳାପ କରନ୍ତୁ ।

ମକର: ମକର ରାଶିର ଜାତକଙ୍କ ପାଇଁ ଆଜି ଭାଗ୍ୟବାନ ନମ୍ବର ୮ । ଶୁଭ ରଙ୍ଗ କଳା ଓ ନୀଳ । ଅନ୍ୟ ମହିଳାଙ୍କ ପ୍ରତି ମନରେ ଖରାପ ଭାବନା ରଖନ୍ତୁ ନାହିଁ । ମହିଳାଙ୍କ ସହାୟତା ବଳରେ ଆପଣଙ୍କ ବ୍ୟବସାୟ ଓ ଚାକିରି କ୍ଷେତ୍ରଟି ଲାଭଦାୟକ ରହିବ । ଦୂର ସଂପର୍କୀୟଙ୍କ ନିକଟରୁ ଶୁଭ ଖବର ପାଇ ପାରିବାରିକ ମାହୋଲ ହସଖୁସିରେ ଭରିଯିବ । ପ୍ରେମୀ ଅବା ବାନ୍ଧବୀଙ୍କ ସହିତ ସଂପର୍କ ଦୃଢ଼ ହେବ ।   ଜୀବନସାଥୀଙ୍କ ସହିତ ଆପଣଙ୍କ ସଂପର୍କ ଦୃଢ଼ ରହିବ । ବ୍ୟକ୍ତିଗତ ସମସ୍ୟା ପାଇଁ ଆପଣ ଆମ ନିକଟକୁ ହ୍ୱାଟ୍‌ସ ଆପ୍‌ କରିପାରନ୍ତି ।

କୁମ୍ଭ: କୁମ୍ଭରାଶିର ଜାତକଙ୍କ ପାଇଁ ଆଜି ଭାଗ୍ୟବାନ ନମ୍ବର ୬ । ଶୁଭରଙ୍ଗ ପାରଦର୍ଶୀ ଓ ଗୋଲାପୀ । ଖେଳକୁଦରେ ଭାଗ ନେଇପାରନ୍ତି । ଜମିବାଡ଼ି କିଣାବିକା କରିପାରନ୍ତି । ସାଂସ୍କୃତିକ କାର୍ଯ୍ୟରେ ଭାଗ ନେଇପାରନ୍ତି । ଆପଣଙ୍କ ହସଖୁସି ଭରା ମିଜାଜ ପରିବାର ପାଇଁ ଟନିକ୍‌ ଭଳି କାମ କରିବ । ଆପଣଙ୍କ ସାମାନ୍ୟ ହସ ଆପଣଙ୍କ ପ୍ର୍ରିୟ ଲୋକଙ୍କ ମନରୁ ଅଭିମାନ ଦୂର କରିଦେବ । ସମସ୍ୟାକୁ ସାମ୍ନାରେ ପାଇ ପଳାୟନ କରନ୍ତୁନି । ଧୈର୍ଯ୍ୟ ଓ ସାହସର ସହିତ ମୁକାବିଲା କରନ୍ତୁ । ଜିତାପଟ ହାସଲ କରନ୍ତୁ ।

ମୀନ: ମୀନରାଶିର ଜାତକଙ୍କ ପାଇଁ ଆଜି ଭାଗ୍ୟବାନ ନମ୍ବର ୪ । ଶୁଭ ରଙ୍ଗ ସବୁଜ ଓ ଧଳା । ନିୟମିତ ଖିର ସେବନ କରନ୍ତୁ ସୁସ୍ଥ ରୁହନ୍ତୁ । ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି । ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ । ଆଜି ଘରୁ ବାହାରକୁ ଯିବା ପୂର୍ବରୁ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ । କୌଣସି ଘଟଣାକୁ ଆପଣଙ୍କ ପିଲାମାନେ ତିଳକୁ ତାଳ କରି ବଖାଣିଲେ ସେସବୁ ଶୁଣି ହଠାତ୍‌ ପ୍ରତିକ୍ରିୟା ପ୍ରକାଶ କରନ୍ତୁନି । ବ୍ୟକ୍ତିଗତ ଭାବନାକୁ କାହା ଆଗରେ ବ୍ୟକ୍ତ କରନ୍ତୁନି । କୌଣସି ପ୍ରସଙ୍ଗରେ ପତ୍ନୀଙ୍କ ସହ ଏକମତ ହୋଇ ନପାରନ୍ତି ।

 www.youtube.com/@shaksinews