ଖୁବ କମ ବୟସରେ ମଧ୍ୟ ଏହି କେଶ ଉପୁଡ଼ିବା ଓ ଚନ୍ଦାପଣ କାରଣରୁ ଲୋକେ ବିଭିନ୍ନ ଦ୍ରବ୍ୟର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର ଏହା ଲାଭଦାୟକ ହୋଇନଥାଏ। ଖାଦ୍ୟପେୟ, ବର୍ତ୍ତମାନର ଜୀବନଶୈଳୀ, କେଶ ସଠିକ ଭାବେ ଯତ୍ନ ନ ନେବା କେଶ ଉପୁଡ଼ିବାର ମୁଖ୍ୟ କାରଣ। ମାତ୍ର ଘରୋଇ ଉପାୟ ଦ୍ୱାରା ଆପଣ ଏହି ସମସ୍ୟାରୁ ସହଜରେ ମୁକ୍ତି ପାଇପାରିବେ। ସେହି ଘରୋଇ ଉପାୟ ହେଉଛି ଅଦା।
ଅଦା ଏକ ଆଣ୍ଟିବ୍ୟାକ୍ଟେରିଅଲ ଔଷଧ ଅଟେ। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଫଳରେ ଏହାର ପ୍ରାକୃତିକ ଗୁଣ କେଶ ଉପୁଡ଼ିବା ସମସ୍ୟାକୁ ଦୂର କରିଥାଏ। ଅଦାର ରସ ସହ ଲେମ୍ବୁ ରସକୁ ମିଶାଇ କେଶରେ ଲଗାନ୍ତୁ। ଏହାକୁ ଲଗାଇ କିଛି ସମୟ ରଖିବା ପରେ ଭଲ ଭାବେ କେଶକୁ ଧୋଇ ଦିଅନ୍ତୁ। ଏହାକୁ ଲଗାଇବା ଦ୍ୱାରା କେଶ ଝଡ଼ିବା ବନ୍ଦ ହେବା ସହ ନୂତନ କେଶ ସୃଷ୍ଟି ହୋଇଥାଏ।