ପେଟ ହେଉ କିମ୍ୱା ତ୍ୱଚା ସମସ୍ୟା ସବୁ ରୋଗ ପାଇଁ ନିମ୍ୱର ବ୍ୟବହାରକୁ ମହୌଷଧି ବୋଲି କୁହାଯାଇଥାଏ। ପାଟିକୁ ପିତା ହୋଇଥିଲେ ମଧ୍ୟ ନିମ୍ୱ ଶରୀରକୁ ଥଣ୍ଡା କରିବା ସହିତ କଫ ଭଲ କରିଥାଏ। ଏହା ବ୍ୟତୀତ ନିମ୍ୱ କିଡ୍ନୀକୁ ସୁସ୍ଥ ରଖିଥାଏ। ତେବେ ଆସନ୍ତୁ ନିମ୍ୱ ଖାଇଲେ ଅନ୍ୟ କେଉଁସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ।
ଯଦି ଆପଣଙ୍କର ମୁହଁରେ ବ୍ରଣ ସମସ୍ୟା ରହିଛି, ତେବେ ନିମ୍ୱ ପତ୍ର ବାଟି ଲଗାନ୍ତୁ। ଏଥିରେ ଥିବା ଜୀବାଣୁରୋଧି ଗୁଣ ବ୍ରଣ ଭଲ କରିଥାଏ। ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମୁହଁର କଳା ଦାଗକୁ ଭଲ କରିଥାଏ। ଅଳ୍ପ ନିମ୍ୱ ପତ୍ର ଆଣି ପାଣିରେ ଫୁଟାନ୍ତୁ। ଏହି ପାଣି ଥଣ୍ଡା ହୋଇଯିବା ପରେ ଏଥିରେ ମୁହଁ ଧୁଅନ୍ତୁ।