ଅତି ସର୍ବତ୍ର ଗର୍ହିତମ: ତମ୍ବାପାତ୍ର ପାଣି ବେଶି ପିଅନ୍ତୁନି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସମାନ ପରାମର୍ଶ ପ୍ରଦାନ କରିଛି….

ରାତିରେ ତମ୍ବାପାତ୍ରରେ ପାଣି ରଖି ତାକୁ ସକାଳୁ ଉଠି ପିଇବା ଫଳରେ ଶରୀରର ଜଟିଳ ଅଙ୍ଗ ସୁସ୍ଥ ରହେ ବୋଲି ଉଭୟ ଚିକିତ୍ସା ବିଜ୍ଞାନ ଓ ଜ୍ୟୋର୍ତିବିଜ୍ଞାନରେ ଉଲ୍ଲେଖ ରହିଛି । କିଡ୍‌ନୀ, ଫୁସଫୁସ, ହୃତପିଣ୍ଡ, ଯକୃତ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ପାଇଁ ତମ୍ବାପାତ୍ର ପାଣି ଭଲ । କିନ୍ତୁ ଅଧିକ ପରିମାଣର ତମ୍ବାପାତ୍ର ପାଣି ସେବନ କରିବା ଫଳରେ ମାରାତ୍ମକ ରୋଗ ଗ୍ରାସ କରିବାର ଆଶଙ୍କା ରହିଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହନ୍ତି, ଦିନକୁ ୧୦ ମିଲିଗ୍ରାମଠାରୁ ଅଧିକ ପରିମାଣର ତମ୍ବାଯୁକ୍ତ ପାଣି ପିଇବା ଶରୀର ପାଇଁ କ୍ଷତିକାରକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସମାନ ପରାମର୍ଶ ପ୍ରଦାନ କରିଛି । ତେଣୁ ଆପଣମାନେ ଅଧିକ ତମ୍ବାଯୁକ୍ତ ପାଣି ପିଅନ୍ତୁ ନାହିଁ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ମୁତାବକ ଅଧିକ ପରିମାଣର ତମ୍ବାଯୁକ୍ତ ପାଣି ପିଇଲେ ବୟସ୍କ ଲୋକଙ୍କୁ ୱିଲସନ୍‌ ଓ ପିଲାମାନଙ୍କୁ ମିଙ୍କିସ୍‌ ଭଳି ଜଟିଳ ରୋଗ ସଂକ୍ରମଣ କରିବାର ଆଶଙ୍କା ରହିଛି ।