ବିଚିତ୍ର ପୃଥିବୀ: ଅସରପା ଭଳି ଏହି କୀଟଟି ୧୦୦୦ କିମି ଉଡ଼ିପାରେ

ବିଚିତ୍ର ୟେ ପୃଥିବୀ । ବିଚିତ୍ର ସେଥିରେ ବସବାସ କରୁଥିବା ଜୀବଜନ୍ତୁ କୀଟପତଙ୍ଗ । ଅଷ୍ଟ୍ରେଲିଆର ଦୁର୍ଗମ ଅଂଚଳରେ ଉଡ଼ି ବୁଲୁଥିବା ଧୂସର କୀଟଟିଏ ଦୀର୍ଘ ୧୦୦୦ କିଲୋମିଟର (୬୨୦ ମାଇଲ) ବାଟ ଉଡ଼ି ଯାଇପାରେ ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଚନ୍ତି । କୀଟଟିର ନାମ ବୋଗୋଙ୍ଗ । ଦେଖିବାକୁ ବିଲକୁଲ ଅସରପା ଭଳି ।

ବୋଗୋଙ୍ଗ ଭୀଷଣ ଖରା ସହି ପାରେନା । ବିଶେଷ କରି ପ୍ରଜନନ ଋତୁ ପାଖେଇ ଆସିଲେ ବା ଜୀବନ ପ୍ରତି ବିପଦ ଅନୁଭବ କଲେ, ଉକ୍ତ କୀଟ ହାରାହାରି ୧ ହଜାର କିମି ଉଡ଼ିଯିବାର କ୍ଷମତା ରଖିଛି । ପରିବ୍ରାଜକ ପକ୍ଷୀ ଭଳି ବୋଗୋଙ୍ଗ କେବଳ ରାତିରେ ମାଇଲ ମାଇଲ ବାଟ ଅତିକ୍ରମ କରିପାରନ୍ତି ।