ଆଜିକାଲି ଲୋକମାନେ ପ୍ରବଳ ଥକ୍କା ଅନୁଭବ କରୁଛନ୍ତି, ଯାହା ଶୋଇବା କିମ୍ବା ବିଶ୍ରାମ ନେବା ପରେ ମଧ୍ୟ କମିଯାଏ ନାହିଁ। ଲୌହସାର ଅଭାବ ପ୍ରାୟତଃ ଏହାର କାରଣ। ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଖରାପ ପୁଷ୍ଟିସାର ହେତୁ ଆଇରନ୍ର ଅଭାବର ଲକ୍ଷଣ ରହୁଛି।
ଏହି ଖଣିଜ ଅଭାବ ରକ୍ତହୀନତାର ଆଶଙ୍କା ବଢ଼ାଇଥାଏ ଓ ଶରୀରକୁ ଅମ୍ଳଜାନ ଯୋଗାଣ ହ୍ରାସ କରିଥାଏ। ଲୁହା ଅଭାବର ଏହି ଲକ୍ଷଣକୁ ଶୀଘ୍ର ଚିହ୍ନି ପାରିଲେ ସ୍ୱାସ୍ଥ୍ୟରେ ତୁରନ୍ତ ଉନ୍ନତି ଆସିପାରେ।
ରକ୍ତରେ ହିମୋଗ୍ଲୋବିନ୍ ଉତ୍ପାଦନ ପାଇଁ ଲୌହସାର ଅତ୍ୟାବଶ୍ୟକ। ହିମୋଗ୍ଲୋବିନ୍ର କାର୍ଯ୍ୟ ହେଉଛି ରକ୍ତ ମାଧ୍ୟମରେ ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ପରିବହନ କରିବା। ଅଭାବ ହେଲେ ଥକ୍କାପଣ, ଫିକାପଣ ଓ ଶ୍ୱାସକ୍ରିୟା ଭଳି ଦଶଟି ଲକ୍ଷଣ ଦେଖାଯାଇପାରେ। ଏଗୁଡ଼ିକୁ ଅଣଦେଖା କଲେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇପାରେ।ଲୌହ ଅଭାବରୁ ରକ୍ଷା ପାଇବା ପାଇଁ, ନିୟମିତ ପରୀକ୍ଷା କରାଇବା ଓ ସନ୍ତୁଳିତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ।
ମହିଳାମାନେ ବିଶେଷକରି ମାସିକ ଋତୁସ୍ରାବ ସମୟରେ ବିପଦରେ ଥାଆନ୍ତି, ତେଣୁ ଏହି ସମୟରେ ସେମାନେ ସେମାନଙ୍କ ଖାଦ୍ୟ ପ୍ରତି ବହୁତ ସତର୍କ ରହିବା ଉଚିତ।ପାଳଙ୍ଗ ପରି ସବୁଜ ପତ୍ରଯୁକ୍ତ ପନିପରିବା, ଗୁଡ଼, ବିନ୍ସ ଏବଂ ଡାଲି, ଆପଲ୍, ଖଜୁର ଏବଂ ଡାଳିମ୍ବ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ସହିତ ଲୌହ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ।