ହଠାତ କାହିଁକି ଜୀବନ ନେଉଛି ତାତି

ଚାରିଆଡେ ଅଂଶୁଘାତ ଭୟ । ବଢିବାରେ ଅଂଶୁଘାତ ରୋଗୀଙ୍କ ସଂଖ୍ୟା । ମୃତୁ୍ୟ ସଂଖ୍ୟା ବି ବଢିବାରେ । ହଠାତ ଭୟଙ୍କର ରୂପ ନେଇଛୁି ତାତି । ରାଜ୍ୟରେ ଅଂଶୁଘାତରେ ପ୍ରାୟ ୩୮ ଜଣଙ୍କର ଜୀବନ ଗଲାଣି । ବଲାଙ୍ଗୀରରେ ସର୍ବାଧିକ ୧୨ଜଣଙ୍କ ଜୀବନ ଯାଇଥିବା ବେଳେ ସମ୍ବଲପୁରରେ ଅଂଶୁଘାତରେ ୭ଜଣଙ୍କର ମୃତୁ୍ୟ ହୋଇଥିବା ସନେ୍ଦହ କରାଯାଉଛି ।

ସେହିପରି ଝାରସୁଗୁଡାରେ ୭, ନୂଆପଡାରେ ୨ ଏବଂ ବରଗଡ, କଳାହାଣ୍ଡି ଓ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଲେଖାଏଁ ଅଂଶୁଘାତରେ ଜୀବନ ହରାଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଶୁକ୍ରବାର ଆଉ ୭ଜଣଙ୍କର ମୃତୁ୍ୟ ହୋଇଛି । ୩୦ଘଣ୍ଟାରେ ୨୪ଜଣଙ୍କର ମୃତୁ୍ୟ ହୋଇଥିବା ଜଣାପଡିଛି ।

କାହିଁକି ଜୀବନ ନେଉଛି ରୌଦ୍ର ନିଆଁ ? ଅଂଶୁଘାତ ସତର୍କତାକୁ ହେୟଜ୍ଞାନ କି କାରଣ ? ନା ଆକାଶରୁ ଅକସ୍ମାତ୍ ଅଗ୍ନିବର୍ଷାକୁ ସମ୍ଭାଳି ପାରୁନି ମଣିଷ ? ହଠାତ ଏଭଳି ମୃତୁ୍ୟ ଓଡ଼ିଶାବାସୀଙ୍କୁ ଛାନିଆ କରିଛି ଓ ୧୯୯୮ ସ୍ଥିତି ବି ମନେ ପକାଇ ଦେଇଛି । ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗିରହିଛି । ଆହୁରି ୩ଦିନ ଏଭଳି ସ୍ଥିତି ଜାରି ରହିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଏହି କାରଣରୁ ଅସ୍ୱାଭାବିକ ମୃତୁ୍ୟ ମଧ୍ୟ ବଢି ଚାଲିଛି । ତେଣୁ ପିକ ଆୱାରରେ ବା ଦିନ ୧୧ରୁ ୩ଟା ମଧ୍ୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

ଓଡ଼ିଶାରେ ଅଂଶୁଘାତ ମୃତ୍ୟୁ ନୂଆ ନୁହେଁ, ୧୯୯୮ ମସିହାରେ ରାଜ୍ୟରେ ଅସହ୍ୟ ରୌଦ୍ର ନିଆଁରେ ୨ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିଲା । ହେଲେ ସେ ଘଟଣାର ଏତବର୍ଷ ପରେ ଓ ଏତେ ସଚେତନତା ସତ୍ତ୍ୱେ ବି ସମାନ ସ୍ଥିତିରେ ଜୀବନ ହାନୀକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ରାଜ୍ୟବାସୀ ।