ବିଶ୍ୱ ରଙ୍ଗମଂଚ ଦିବସ

ଗ୍ରିକ୍‌ମାନଙ୍କ ପରଠାରୁ ରଙ୍ଗମଂଚ ମନୋରଞ୍ଜନର ….

ଗ୍ରିକ୍‌ମାନଙ୍କ ପରଠାରୁ ରଙ୍ଗମଂଚ ମନୋରଞ୍ଜନର ଗୋଟିଏ ପ୍ରମୁଖ ମାଧ୍ୟମ ହୋଇ ରହିଛି। ଏହା ଅନେକ ସୂକ୍ଷ୍ମକଳାର ସଂଶ୍ଳେଷଣ, ଯହିଁରେ ଜୀବନ୍ତ କଳାକାର, ଜୀବନ୍ତ ଦର୍ଶକଙ୍କୁ ଏକ ନିର୍ଦ୍ଦିଷ୍ଟ ପରିବେଶରେ ସେମାନଙ୍କର ପ୍ରକୃତ ଅନୁଭୂତି ସଂଚାର କରିଥା’ନ୍ତି।

ନାଟକ ଓ ନାଟ୍ୟକଳାର ମୂଲ୍ୟବୋଧ, ମନୋରଞ୍ଜନ କ୍ଷେତ୍ରରେ ନାଟକର ଭୂମିକା ଓ ନାଟ୍ୟକଳାରେ ଆସିଥିବା ପରିବର୍ତନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ୧୯୬୧ ମସିହାରେ ଫିନ୍‌ଲାଣ୍ଡର ହେଲ୍‌ସିଙ୍କି ଠାରେ ଆୟୋଜିତ ଆନ୍ତର୍ଜାତିକ ଥିଏଟର ପ୍ରତିଷ୍ଠାନର ବିଶ୍ୱ ସମାବେଶରେ ବିଶ୍ୱ ରଙ୍ଗମଂଚ ଦିବସ ପାଳନର ପରିକଳ୍ପନା କରାଯାଇଥିଲା।
ସେହି ଦିନଠାରୁ ନିରନ୍ତର ଭାବେ ପ୍ରତି ବର୍ଷ ବିଭିନ୍ନ ଦେଶରେ ନାଟକ ମଂଚସ୍ଥ ପୂର୍ବକ ଏହି ଦିବସ ପାଳିତ ହୋଇଆସୁଛି। ଏହା ଦ୍ୱାରା ନାଟ୍ୟକଳାର ମହତ୍ୱ ଏବଂ ଲୋକଙ୍କ ଜୀବନରେ ଏହାଦ୍ୱାରା ହେଉଥିବା ସମ୍ଭାବ୍ୟ ଉନ୍ନତି ବିଷୟରେ ଜନସଚେତନତା ସୃଷ୍ଟି କରାଯାଇଥାଏ। ରଙ୍ଗମଂଚ ସମ୍ପର୍କରେ ଦୁନିଆର ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ଧାରଣା କ’ଣ, ସେହି ବାର୍ତା ବାଂଟିବା ହେଉଛି ଏହି ଦିବସ ପାଳନର ଅନ୍ୟତମ ଲକ୍ଷ୍ୟ।