ଦେଖନ୍ତୁ, ଏହି ଝିଅଟି ଭାରତର ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଟାଂଟ, ବୟସ ମାତ୍ର ୧୯

Chartered Accountant: ଏ ଝିଅଟିକୁ ନିରେଖି ଦେଖିଲେ, କିଏ କହିବ ଯେ ଇଏ ହେଉଛନ୍ତି ସେହି ଝିଅଟି, ଯେ ଭାରତର ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଟାଂଟ । ତାଙ୍କର ବୟସ ମାତ୍ର ୧୯ ବର୍ଷ ବୟସ । ତାଙ୍କର ସଫଳତାର ଗୌରବ ତାଙ୍କୁ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡର ଅଧିକାରିଣୀ କରିଛି।

ବର୍ଷ ବର୍ଷ ମାସ ମାସ ଦିନ ଦିନ ଧରି ପାଠପଢ଼ି ପରୀକ୍ଷା ଦେବା ପରେ, ସେହି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜଣେ ଚାର୍ଟାର୍ଡ ଆକାଉଟାଂଟ ବୋଲାଇବା, କେତେ କାଠିକର ପାଠ, ଯୋଉମାନେ ଚାର୍ଟାର୍ଡ ଆକାଉଟାଂଟ ପରୀକ୍ଷା ଦେଇ ବାରମ୍ବାର ଅଧାରେ ଲଟକି ଯାଇଛନ୍ତି, ସେହିମାନଙ୍କୁ ପଚାର, ସେହିମାନେ ଚାର୍ଟାର୍ଡ ଆକାଉଟାଂଟ ପରୀକ୍ଷାରେ ପାସ୍‌ କରିବା କେତେ କଷ୍ଟକର, କହିପାରିବେ ।

ନାଁ ତାଙ୍କର ନନ୍ଦିନୀ ଅଗ୍ରୱାଲ । ଘର ମଧ୍ୟପ୍ରଦେଶର ମୋରେନା ଟାଉନ୍‌ରେ । ନନ୍ଦିନୀ ହେଉଛନ୍ତି ସାରା ବିଶ୍ୱରେ ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଟାଂଟ ।

୨୦୦୧ ଅକ୍ଟୋବର ୧୮ ତାରିଖରେ ଜନ୍ମିତ ନନ୍ଦିନୀ ୨୦୨୧ ମସିହାରେ ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଟାଂଟ ହେବାର ଗୌରବ ଲାଭ କରିଛନ୍ତି ।

୨୦୨୧ ଜୁଲାଇ ମାସରେ ଫାଇନାଲ ସିଏ ପରୀକ୍ଷା ଦେଇ ପ୍ରଥମ ର‍୍ୟାଙ୍କ ଅଧିକାର କରିଥିଲେ । ସେତେବେଳେ ତାଙ୍କର ବୟସ ଥିଲା ୧୯ ବର୍ଷ ୮ ମାସ ୧୮ ଦିନ ।

ଆମ ଭିଡିଓଟି ଆପଣଙ୍କ ମନକୁ ଛୁଇଁ ପାରିଥିଲେ ଆମ ଚାନେଲକୁ ସବ୍‌ ସ୍କ୍ରାଇବ୍‌ କରନ୍ତୁ । ଲାଇକ୍‌ କରନ୍ତୁ । କମେଂଟ କରି ଆଉ କେଉଁ ମେଧାବୀ ଛାତ୍ରଛାତ୍ରୀଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ସେମାନଙ୍କ ନାମ ଲେଖି ଆମକୁ ଜଣାନ୍ତୁ ।