ଓଡ଼ିଶାରେ ଆସିନି ଓମିକ୍ରନ

ନୂଆଦିଲ୍ଲୀ: ଓଡ଼ିଶାରେ ନାହିଁ ଓମିକ୍ରନ ବିପଦ । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ୍‌ । ବିଦେଶରୁ ଫେରିଥିବା ୨୪୬ ଜଣଙ୍କ ନମୁନା ଜେନମ୍‌ ସିକ୍‌ୱେନ୍ସିଂ ପାଇଁ ପଠାଯାଇଥିଲା । ପରୀକ୍ଷା ପରେ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି । ଏଥିରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଆଟ୍‌ ରିସ୍କ ଦେଶରୁ ଆସିଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ ପ୍ରଚେଷ୍ଟା ଜାରି ରହିଛି ।

ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ରମାରମଣ ମହାନ୍ତି କ଼ହିଛନ୍ତି ଯେ, ସତର୍କ ହୋଇ ଚଳିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଓମିକ୍ରନକୁ ନେଇ ମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଆକ୍ରାନ୍ତଙ୍କ ନିକଟରେ ଅଳ୍ପ ଲକ୍ଷଣ ଦେଖାଯାଉଛି । ହେଲେ ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ହୋଇନି । ଅନ୍ୟପକ୍ଷରେ ଓମିକ୍ରନ ବିରୋଧରେ ଟିକା କାମ କରୁଥିବା ବୋଲି ସେ କହିଛନ୍ତି ।