କୋଭିଡ ଭୟରେ ଏହି ରାଜ୍ୟରେ ପାର୍କ ଓ ପ୍ରାଣୀ ଉଦ୍ୟାନ ବନ୍ଦ

ପାଟଣା : ବିହାରରେ ନୂଆ ବର୍ଷ ପୂର୍ବରୁ ନୀତୀଶ ସରକାର କଟକଣକୁ କଡା କଡି କରିଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ରୁ ଆସନ୍ତା ଜାନୁୟାରୀ ୨ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପାର୍କ ଏବଂ ପ୍ରାଣୀ ଉଦ୍ୟାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଲୋକମାନେ ପିକନିକ୍‌ କିମ୍ୱା ଭୋଜିଭାତ କରିପାରିବେ ନାହିଁ । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।