ଛୋରୀ-୨ରେ ନୁସରତ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ନୁସରତ ଭରୁଚାଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର କେଇ ମାସେ ପରେ ତାହାର ପରବର୍ତ୍ତୀ ସଂସ୍କରଣରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ବୋଲି ଜଣାପଡିଛି । ଗତ ନଭେମ୍ବରରେ ଆମାଜନ୍‌ ପ୍ରାଇମ୍‌ରେ ‘ଛୋରୀ’ ମୁକ୍ତିଲାଭ କରିଥିଲା ।

ଏହି ଚଳଚ୍ଚିତ୍ରଟି ୨୦୧୭ ମସିହାର ମରାଠୀ ସିନେମା ‘ଲପାଛାପୀ’ର ଏକ ପୁନଃନିର୍ମାଣ । ନୁସରତଙ୍କ ଅଭିନୟକୁ ଦର୍ଶକମାନେ ବହୁତ ପ୍ରଶଂସା କରିଥିଲେ । ଏହା ନୁସରତଙ୍କୁ ଅତ୍ୟନ୍ତ ଉତ୍ସାହିତ କରିଥିବା ନେଇ ସେ ନିକଟରେ ପ୍ରକାଶ କରିଥିଲେ । ଏହାର ସଫଳତା ଦେଖି ନିର୍ମାତା ଏହାର ପାର୍ଟ-୨ ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି । ଛୋରୀ-୨ ପ୍ରଥମ ଚଳଚ୍ଚିତ୍ର ଅପେକ୍ଷା ଅଧିକ ଭୟଙ୍କର ହେବ ବୋଲି ନିର୍ଦ୍ଦେଶକ କହିଛନ୍ତି । ଏହା ୨୦୨୩ରେ ମୁକ୍ତିଲାଭ ପାଇଁ ଯୋଜନା ରହିଛି । ସେହିପରି ନୁସରତ‘ହୁରଦଙ୍ଗ’, ‘ରାମ ସେତୁ’, ‘ଜନହିତ ମେଁ ଜାରି’ ଆଦି ଚଳଚ୍ଚିତ୍ରରେ ନଜର ଆସିବେ ।