ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ଓ ଭାରତ ଆସନ୍ତା ୨୬ରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଟେଷ୍ଟ ମ୍ୟାଚ । ଭାରତୀୟ ଦଳରେ ପ୍ଲେଇଂ ଇଲେଭେନରେ ବଡ ଧରଣର ଅଦଳବଦଳ ହୋଇପାରେ । ଏହି ସିରିଜରେ ମୟଙ୍କ ଅଗ୍ରୱାଲ ଓ ଲୋକେସ ରାହୁଲ ଓପନିଂ କରିବେ ବୋଲି ଜଣାପଡିଛି । ରୋହିତ ଶର୍ମା ଆହତ ହୋଇଥିବାରୁ ମୟଙ୍କ ଅଗ୍ରୱାଲଙ୍କ ପାଇଁ ଏହା ବଡ ସୁଯୋଗ ବୋଲି କୁହାଯାଉଛି । ସେହିପରି ଶୁଭମାନଙ୍କୁ ମଧ୍ୟ ଓପନିଂ କରିବା ପାଇଁ ସୁଯୋଗ ମଧ୍ୟ ମିଳିପାରେ ।
ଟେଷ୍ଟ କ୍ରିକେଟର ସବୁଠାରୁ ବଡ ଯୋଦ୍ଧା କୁହାଯାଉଥିବା ଚେତେଶ୍ୱର ପୁଜାରା ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିପାରନ୍ତି । ଅନେକ ଦିନ ହେଲା ଖରାପ ଫର୍ମଦେଇ ଗତିକରୁଥିବା ପୁଜାରାଙ୍କ ପାଇଁ ଦକ୍ଷିଣ ଆଫ୍ରିକା ସିରିଜ ଶେଷ ସୁଯୋଗ ବୋଲି କୁହାଯାଉଛି । ଯଦି ଏହି ସିରିଜ୍ରେ ପୁଜାରା ଫ୍ଲପ୍ ହୁଅନ୍ତି ତେବେ ତାଙ୍କୁ ଦଳରୁ ବାଦ ଦିଆଯାଇପାରେ । ପୁଜାରାଙ୍କ ପରେ ଅଧିନାୟକ ବିରାଟ କୋହଲି ୪ନମ୍ବରରେ ବ୍ୟାଟିଂ କରିବେ । ଏମିତି ବି ହୋଇପାରେ ଯେ, ତାଙ୍କୁ ବାଦ ଦିଆଯାଇ ଶ୍ରେୟସ ଆୟରଙ୍କୁ ଦଳ ବ୍ୟାଟିଂ କରିବାକୁ ସୁଯୋଗ ଦେଇପାରେ ।