ମୁମ୍ବାଇ : ଦୀର୍ଘ ୧୯ବର୍ଷ ପରେ ହ୍ରିତିକ୍-କରୀନା ଯୋଡିଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ମିଳିବ । ରିପୋର୍ଟ ଅନୁଯାୟୀ ହ୍ରିତିକ-କରୀନାଙ୍କ ଏକ ବିଗ ବଜେଟ ଫିଲ୍ମ ପାଇଁ ଉଭୟଙ୍କୁ ସାଇନ କରାଯାଇଛି । ତେବେ ଉଭୟ ଫିଲ୍ମରେ କାମ କରିବା ନେଇ କୌଣସି ଅଫିସଆଲ ଭାବେ ଘୋଷଣା କରାଯାଇନାହିଁ ।
ସେମାନେ ନିର୍ମାତାଙ୍କଠାରୁ ଅଫର୍ ଗ୍ରହଣ କରିଛନ୍ତି । କିନ୍ତୁ ଉଭୟଙ୍କୁ ଏକାଠି ଦେଖାଯିବ କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ । ଅନ୍ୟପକ୍ଷରେ ଦୁହିଁଙ୍କ ପ୍ରଶଂସକମାନେ ଏହି ଖବର ଶୁଣିବାକ ମାତ୍ରେ ଉତ୍ସାହ ଦେଖିବାକୁ ମିଳୁଛି । ତେବେ ବାକି ରହିଲା କି ଦୁହେଁ ପରଦାରେ ଦେଖିବାକୁ ମିଳିବେ କି ନାହିଁ ।