ନରୱାଣେ ହେଲେ ସିଡିଏସ କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ: ତିନି ସେନାର ମୁଖ୍ୟଙ୍କୁ ନେଇ ଗଠିତ ‘ଚିଫ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ସେନାମୁଖ୍ୟ ଜେନେରାଲ ଏମ.ଏମ୍‌. ନରୱାଣେ । ନିକଟରେ ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କ ବିୟୋଗ ପରେ ଏହି ପଦବୀ ଖାଲି ପଡିଥିଲା । ତିନି ସେନା ମୁଖ୍ୟଙ୍କ ମଧ୍ୟରୁ ବରିଷ୍ଠ ଥିବାରୁ ଜେନେରାଲ୍‌ ନରୱାଣେଙ୍କୁ ଏହି କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ।