ଏହି ସମୟ ମଧ୍ୟରେ ପଣ୍ୟ ବୋଝେଇରୁ ଆୟ ବାବଦରେ ପୂର୍ବତଟ ରେଳପଥ 20635 କୋଟି ଟଙ୍କା ଆୟ କରିଛି ଯାହା ଗତ ଆର୍ଥିକ ବର୍ଷର 19204 କୋଟି ଟଙ୍କା ତୁଳନାରେ 7.5% ବୃଦ୍ଧି ହୋଇଛି |
ପାନ୍ୟ ବୋଝେଇ ଏବଂ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ଏବଂ ପ୍ରତିକୂଳ ପ୍ରଭାବ ସତ୍ୱେ ପୂର୍ବତଟ ରେଳପଥ ଏହି ମାଇଲଖୁଣ୍ଟ ହାସଲ କରିଛି | ରେଳ ମନ୍ତ୍ରଣାଳୟର ଅଭିନବ ପଦକ୍ଷେପ ଏବଂ ପ୍ରମୁଖ ହସ୍ତକ୍ଷେପ ଉପରେ ଧ୍ୟାନ ଦେଇ 200 ନିୟୁତ ଟନ ପାନ୍ୟ ବୋଝେଇକୁ ଅତିକ୍ରମ କରି ହାସଲ କରାଯାଇଛି ଯାହା ଏହାକୁ ଫାଷ୍ଟ-ଟ୍ରାକରେ ପହଞ୍ଚାଇବାରେ ସାହାଯ୍ୟ କରିଛି |
ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ 126.18ନିୟୁତ ଟନ କୋଇଲା, 20.22 ନିୟୁତ ଟନ ଲୁହାପଥର, 18.16ନିୟୁତ ଟନ ଅନ୍ୟାନ୍ୟ ସାମଗ୍ରୀ, 15.74ନିୟୁତ ଟନ ଫିନିସଡ଼ ଇସ୍ପାତ, 6.27ନିୟୁତ ଟନ ଇସ୍ପାତ କାରଖାନାକୁ କଞ୍ଚାମାଲ , 5.11ନିୟୁତ ଟନ ସାର, କଣ୍ଟେନେରରେ 3.17ନିୟୁତ ଟନ, 2.37ନିୟୁତ ଟନ ଖଣିଜ ତେଲ, 2.13ନିୟୁତ ଟନ ଖାଦ୍ୟ ଶସ୍ୟ ଏବଂ 1.09ନିୟୁତ ଟନ ସିମେଣ୍ଟ ପରିବହନ କରାଯାଇଅଛି | ଏହି ସମୟ ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ 129.93ନିୟୁତ ଟନ ପାନ୍ୟ ପରିବହନ କରିଛି | ସେହିଭଳି ୱାଲଟିୟର ରେଳ ମଣ୍ଡଳ 57.03ନିୟୁତ ଟନ ଏବଂ ସମ୍ବଲପୁର ରେଳ ମଣ୍ଡଳ ଏହି ସମୟ ମଧ୍ୟରେ 13.47ନିୟୁତ ଟନ ମାଲ ପରିବହନ କରିଛି |

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଏହି ସଫଳତା ପାଇଁ ଏହାର ତିନିଟି ରେଳ ମଣ୍ଡଳ ଓ ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି | ଏହା ସହିତ ସେ ରେଳପଥର ସହଭାଗୀ କୋଲିୟାରୀ, ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଏବଂ ଖାଦ୍ୟ ନିଗମ ସମେତ ସମସ୍ତ ହିତାଧିକାରୀଙ୍କ ଉଦ୍ୟମ ଏବଂ ସହଯୋଗ ଯୋଗୁଁ ଏହି ସଫଳତା ମିଳି ପାରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି |