ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତକୁ କଟାକ୍ଷ କରିବା ଅଭିଯୋଗରେ ମାଳଦ୍ୱୀପ କ୍ୟାବିନେଟରୁ ବିଦା ହୋଇଛନ୍ତି ମରିୟମ ଶିଓନା, ମାଲଶା ଓ ହସନ ଜିହାନ । ରବିବାର ମାଳଦୀପ ସରକାରଙ୍କ ମୁଖପାତ୍ର ମନ୍ତ୍ରୀ ଇବ୍ରାହିମ ଖଲିଲ କହିଛନ୍ତି, ଭାରତ ସରକାରଙ୍କୁ ସମାଲୋଚନା କରିଥିବାରୁ ମାଳଦ୍ୱୀପର ଦୁଇଜଣ ମନ୍ତ୍ରୀ ଓ ଜଣେ ସାଂସଦଙ୍କ ବିପକ୍ଷରେ ପଦକ୍ଷେପ ଗ୍ରହଣ କରାଯାଇଛି ।
ଭାରତ ଓ ମାଳଦ୍ୱୀପ ଭିତରେ ଗଭୀର ସଂପର୍କ ରହିଛି । ଦୁଇଦେଶ ମନରେ ପରସ୍ପର ପ୍ରତି ସାମାନ୍ୟ ହୀନମନ୍ୟତା ବା ବିଦ୍ୱେଷ ରହିବା ଅନୁଚିତ । ସରକାରକୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ଓ ଅଧିକାରୀମାନେ ସେମାନଙ୍କ ଜିଭ ଉପରେ ସଂଯତ ରଖିବା ଉଚିତ ।