ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତିଲେ ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ଶେଷ ହୋଇଛି ।

ଉକ୍ତ ଆଲୋଚନାର ଫଳ ସ୍ୱରୂପ ଉଭୟ ଦେଶ ମିଳିତ ଭାବେ ଉପକୃତ ହେବାର ଆଶା ରହିଛି । ରାଷ୍ଟ୍ରପତି ଟ୍ରମ୍ପ ଆମ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଜଣେ ଭଲ ମଧ୍ୟସ୍ଥ ଭାବେ ବର୍ଣ୍ଣନା କରିଛନ୍ତି।

ଭାରତ-ଆମେରିକା ଦ୍ୱିପାକ୍ଷିକ ବୈଠକରେ ଶୁଳ୍ପ ଉପରେ ମୂଲଚାଲ କରିବାରେ କିଏ ଅଧିକ ଦକ୍ଷ ବୋଲି ଏକ ପ୍ରଶ୍ନର ଜବାବରେ ଟ୍ରମ୍ପ ଏପରି ମନ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଜୀ ଶୁଳ୍ପ କୋହଳ, ଅଧିକ ତୈଳ, ଗ୍ୟାସ୍‌ କ୍ରୟ ଓ ଯୁଦ୍ଧ ବିମାନ କିଣାବିକା ଉପରେ ପ୍ରାଥମିକତା ଦେଇଥିଲେ । ଆନ୍ତର୍ଜାତିକ ବଜାର ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ନିୟନ୍ତ୍ରଣ ରହିଛି । ଭାରତ ପ୍ରତି ଟ୍ରମ୍ପଙ୍କ କୂଟନୈତିକ ପଦକ୍ଷେପ ସକାରାତ୍ମକ ରହିବା ଆଶଙ୍କା କରାଯାଉଛି ।