ନୂଆଦିଲ୍ଲୀ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଜସ୍ଥାନ ରୟାଲ୍ସର ଷ୍ଟାର ରାହୁଲ ତେୱତିଆ । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ରିଦ୍ଧିଙ୍କୁ ଜୀବନସାଥୀ କରିଛନ୍ତି । ରାହୁଲଙ୍କ ବିବାହ କାର୍ଯ୍ୟକ୍ରମରେ ଅନେକ ଭାରତୀୟ କ୍ରିକେଟରଙ୍କୁ ଦେଖିବାକୁ ମିଳିଥିଲା । ଆଇପିଏଲ ଷ୍ଟାର ରାହୁଲ ୨୦୨୦ରେ ଚର୍ଚ୍ଚାକୁ ଆସିଥିଲେ । ସେ ପଞ୍ଜାବ ବିପକ୍ଷ଼ରେ ୫ଟି ବଲରେ ୫ଟି ଛକା ମାରି ଦଳ ବିଜୟ ଭେଟି ଦେଇଥିଲେ । ରାହୁଲଙ୍କ ଏଭଳି ବିସ୍ଫୋରକ ଇନିଂସକୁ ନେଇ ଜୋରଦାର ଚର୍ଚ୍ଚା । ତେବେ ଇଂଲଣ୍ଡ ବିପକ୍ଷ ସିରିଜରେ ଟିମ୍ ଇଣ୍ଡିଆରେ ସୁଯୋଗ ଦେଇଥିଲେ ମଧ୍ୟ କୌଣସି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇନଥିଲେ ରାହୁଲ ।