ବେଙ୍ଗାଲୁରୁରେ ଫାଇନାନ୍ସ ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ପ୍ରତିନିଧି (ଏଫସିବିଡି) ଙ୍କ ଦ୍ବିତୀୟ ବୈଠକ ଓ ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର

କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁରଙ୍କ ଉଦ୍‌ଘାଟନୀ ….

କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁରଙ୍କ ଉଦ୍‌ଘାଟନୀ ଭାଷଣ ସହିତ ଆଜି ଜି-20 ଫାଇନାନ୍ସ ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ପ୍ରତିନିଧି (ଏଫସିବିଡି) ଙ୍କ ର ଦ୍ବିତୀୟ ବୈଠକ ଶୁଭାରମ୍ଭ ହୋଇଛି।

 

ଭାରତ ଦ୍ବାରା ଜି-20 ର ଅଧ୍ୟକ୍ଷତା ଗ୍ରହଣ ପରେ ଜି-20 ଅର୍ଥ ମନ୍ତ୍ରୀ ଏବଂ ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ଣ୍ଣର (ଏଫଏମସିବିଜି) ଙ୍କ ପ୍ରଥମ ବୈଠକ 24-25 ଫେବୃୟାରୀ, 2023 ରେ ବେଙ୍ଗାଲୁରୁ, କର୍ଣ୍ଣାଟକ ଠାରେ ନିର୍ଦ୍ଧାରିତ କରାଯାଇଛି। ଜି-20 ଏଫଏମସିବିଜି ର ବୈଠକ ଜି-20 ଅର୍ଥ ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ପ୍ରତିନିଧି (ଏଫସିବିଡି)ର ବୈଠକର ପୂର୍ବରୁ ରହିଛି। ବୈଠକର ସହ ଅଧ୍ୟକ୍ଷତା ଶ୍ରୀ ଅଜୟ ସେଠ୍ ଏବଂ ଆରବିଆଇର ଡେପୁଟି ଗଭର୍ଣ୍ଣର ଡା. ମାଇକେଲ୍ ଡି. ପାତ୍ରା କରିବେ।

ସମ୍ବୋଧନ ସମୟରେ ଯୁବ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଅର୍ଥ ଟ୍ରାକ୍ ଜି-20 ପ୍ରକ୍ରିୟାର ମୂଳରେ ରହିଛି ଏବଂ ବିଶ୍ବ ଆର୍ଥିକ ସମ୍ବାଦ ଏବଂ ନୀତି ସମନ୍ବୟ ପାଇଁ ଏକ ପ୍ରଭାବି ପ୍ଲାଟଫର୍ମ ପ୍ରଦାନ କରିଥାଏ। ଅର୍ଥ ଟ୍ରାକରେ ମୁଖ୍ୟ କାର୍ଯ୍ୟ କ୍ଷେତ୍ର ବିଶ୍ବ ଆର୍ଥିକ ଦୃଷ୍ଟିକୋଣ ଏବଂ ଆପଦ, ବିକାଶ ଅର୍ଥ ସହିତ ଆନ୍ତର୍ଜାତୀୟ ଆର୍ଥିକ ସଂରଚନା ଏବଂ ବିଶ୍ବ ଆର୍ଥିକ ସୁରକ୍ଷା ବ୍ୟବସ୍ଥା, ଆର୍ଥିକ ସମାବେଶନ ଏବଂ ଆର୍ଥିକ କ୍ଷେତ୍ରର ଅନ୍ୟ ବିଷୟ, ମୌଳିକ ଢାଞ୍ଚା ବିକାଶ ଏବଂ ଫାଇନାନ୍ସିଂ, ସ୍ଥାୟୀ ଅର୍ଥ, ବିଶ୍ବ ସ୍ବାସ୍ଥ୍ୟ ଫାଇନାନ୍ସିଂ ଏବଂ ଆନ୍ତର୍ଜାତିୟ ଟାକ୍ସେସନ ସାମିଲ୍ ରହିଛି।

ଯେତେବେଳେ ନଭେମ୍ବର 2022 ରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଙ୍କ ଠାରୁ ଜି-20 ଅଧ୍ୟକ୍ଷତାର ବ୍ୟାଟନ୍ ପ୍ରାପ୍ତ କଲେ, ତାହା ଏହି ଦେଶ ପାଇଁ ଗୌରବର ମୁହୂର୍ତ୍ତ ଥିଲା। ଯଦିଓ ଏହା ସହିତ ଜି-20 ପକ୍ଷରୁ ମତ ପାର୍ଥକ୍ୟକୁ ସମାପ୍ତ କରିବା ଏବଂ ବିଶ୍ବ ମହତ୍ତ୍ବ କ୍ଷେତ୍ରରେ ସହମତି ବଜାୟ ରଖିବାକୁ ସୁନିଶ୍ଚିତ କରିବାର ବଡ଼ ଦାୟୀତ୍ବ ମଧ୍ୟ ରହିଥିଲା।

ନିଜର ଉଦ୍‌ଘାଟନୀ ଭାଷଣରେ ଶ୍ରୀ ଠାକୁର ଭାରତର ଜି-20 ଅଧ୍ୟକ୍ଷତାର ମହତ୍ତ୍ବ ଏବଂ ଆମର ପୃଥିବୀକୁ ଉନ୍ନତ କରିବା, ଆମର ଏକ ପରିବାର ମଧ୍ୟରେ ସଦ୍‌ଭାବ ବଜାୟ ରଖିବା ଏବଂ ଆମର ଏକ ଭବିଷ୍ୟତର ଆଶ ପ୍ରଦାନ କରିବାରେ ପ୍ରାଥମିକତା ଗୁଡ଼ିକୁ ରେଖାଙ୍କିତ କରିଛନ୍ତି। ଏହି ବିଷୟବସ୍ତୁ ବିଶ୍ବ ଆହ୍ବାନର ସମାଧାନ କରିବା ପାଇଁ ସହଯୋଗାତ୍ମକ ପ୍ରଚେଷ୍ଟା ଉପରେ ଭାରତର ମହତ୍ତ୍ବକୁ ଦେଖାଇଥାଏ। ବିଶ୍ବ ଅର୍ଥ ବ୍ୟବସ୍ଥା କୋଭିଡ୍ -19 ମହାମାରୀ, ଖାଦ୍ୟ ଏବଂ ଶକ୍ତି ଅସୁରକ୍ଷା, ବଡ଼ ଆକାରରେ ଦର ବୃଦ୍ଧି, ବୃଦ୍ଧି ପ୍ରାପ୍ତ ଋଣ ସଙ୍କଟ, ଜଳବାୟୁ ପରିବର୍ତ୍ତନର ଅବକ୍ଷୟିତ ସ୍ଥିତି ଏବଂ ଭୁ-ରାଜନୈତିକ ଚାପର ପ୍ରଭାବକୁ ସମ୍ମୁଖୀନ ହେଉଛି। ଏହି ସମସ୍ତ ସଙ୍କଟର ପ୍ରଭାବ ବିଶ୍ବର ପ୍ରମୁଖ ବିକାଶ ପ୍ରାଥମିକତାକୁ ବାଧା ପହଞ୍ଚାଇପାରେ।

ଶ୍ରୀ ଠାକୁର କହିଛନ୍ତି ଯେ ଜି-20, ଉପଯୁକ୍ତ ଆଲୋଚନା ଓ ବିଚାର ବିମର୍ଷ ମାଧ୍ୟମରେ ଏହି ସବୁ ଆହ୍ବାନ ପାଇଁ ବ୍ୟାବହାରିକ ବିଶ୍ବ ସମାଧାନ ଖୋଜିବାରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ଦେଇ ପାରିବ ଏବଂ ଏଥିାପଇଁ ଭାରତର ଅଧ୍ୟକ୍ଷତା ସକ୍ରିୟ ଭାବରେ ସୁବିଧା ପ୍ରଦାନ କରିବାକୁ ଚାହୁଁଛି।

ଏହା ବ୍ୟତୀତ ଶ୍ରୀ ଠାକୁର କହିଛନ୍ତି ଯେ ଏହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ 2023 ରେ ଜି-20 ଫାଇନାନ୍ସ ଟ୍ରାକ୍ ଆଲୋଚନାରେ 21ଶ ଶତାବ୍ଦୀର ବିଶ୍ବ ଆହ୍ବାନର ସମ୍ମୁଖୀନ ହେବା ପାଇଁ ବହୁପକ୍ଷୀୟ ବିକାଶ ବ୍ୟାଙ୍କ (ଏମଡିବି) ର ମଜବୁତ କରିବା, ‘ଭବିଷ୍ୟତର ସହର’ କୁ ଆର୍ଥିକ ସହାୟତା, ଆର୍ଥିକ ସମନ୍ବିତକରଣ ଏବଂ ଉତ୍ପାଦକତା ଲାଭ ପାଇଁ ଡିଜିଟାଲ୍ ସାର୍ବଜନିକ ଭିତ୍ତିଭୂମି ଢାଞ୍ଚାର ଲାଭ ଉଠାଇବା, ଆନ୍ତର୍ଜାତୀୟ ଟାକ୍ସେସନ ଏଜେଣ୍ଡାକୁ ଆଗକୁ ନେବା ଏବଂ ଅନ୍ୟ ବିଷୟ ଗୁଡ଼ିକ ସାମିଲ୍ ରହିବ। ଜି-20 ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟ ଗୋଷ୍ଠୀ ପୂର୍ବରୁ ହିଁ ଏହି ପ୍ରମୁଖ ବିଷୟ ଉପରେ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।

ପ୍ରତିନିଧିମାନଙ୍କର ଏହି ବୈଠକ ବିଜ୍ଞପ୍ତିର ଅନ୍ତିମ ରୂପ ଦେବା ପାଇଁ ସମର୍ପିତ ରହିଛି, ଯାହାକୁ ଜି-20 ର ଅର୍ଥ ମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ଦ୍ବାରା 24 ଏବଂ 25 ଫେବୃୟାରୀ 2023 ରେ ତାଙ୍କର ବୈଠକରେ ଅନୁମୋଦିତ କରାଯିବ। ଏହି ବିଜ୍ଞପ୍ତି ବିଶ୍ବ ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ବିଷୟ ଉପରେ ଜି-20ର ସାମୁହିକ ଦୃଷ୍ଟିକୋଣର ପ୍ରତୀକ ଅଯେ ଥା ବ୍ୟାପକ ଆନ୍ତର୍ଜାତୀୟ ସମୁଦାୟର ପ୍ରମୁଖ ବିଶ୍ବ ଅର୍ଥ ବ୍ୟବସ୍ଥାର ଅର୍ଥ ମନ୍ତ୍ରୀ ଏବଂ  ସେଣ୍ଟ୍ରାଲ୍ ବ୍ୟାଙ୍କ ର ଗଭର୍ଣ୍ଣରମାନଙ୍କୁ ପ୍ରତ୍ୟକ୍ଷ ଭାବରେ ସାମିଲ୍ କରିଥାଏ। ଏଥିରେ ଜନସାଧାରଣଙ୍କୁ ଆଶ୍ବସ୍ତ କରିବାର କ୍ଷମତା ରହିଛି ଯେ ପ୍ରମୁଖ ବିଶ୍ବ ସମସ୍ୟାର ସମନ୍ବିତ ସମାଧାନ ଉପରେ ଜି-20 ଦେଶ ମଧ୍ୟରେ ସାଧାରଣ ସହମତିରେ ବିଶ୍ବ ଅର୍ଥ ବ୍ୟବସ୍ଥାକୁ ବର୍ତ୍ତମାନ ମାନ୍ଦାବସ୍ଥାରୁ ବାହାର କରିବାରେ ସହାୟତା କରିପାରେ ତଥା ବିକାଶ ଏବଂ ସମୃଦ୍ଧି ପାଇଁ ନୂଆ ଅବସର ସୃଷ୍ଟି କରିପାରେ।

ନୀତି ନିର୍ମାତା ଏହା ସୁନିଶ୍ଚିତ କରିବା ପାଇଁ ଉତ୍ତରଦାୟୀ ରହିଛନ୍ତି ଯେ ଏହି ବିଶ୍ବାସ ଯେପରି ବଜାୟ ରଖାଯିବ। ଜି-20 ନିଜର ସ୍ଥାପନା ପରେ, ସମୟକୁ ସମୟ ସଙ୍କଟ ସମୟରେ ସାଧାରଣ ସହମତି ସୃଷ୍ଟି କରିବାରେ ନିଜର କ୍ଷମତା ପ୍ରମାଣିତ କରିଛି। ଭାରତୀୟ ଅଧ୍ୟକ୍ଷତାଙ୍କ ଅନୁସାରେ ସଫଳତା ଆଗାମୀ ମହତ୍ତ୍ବପୂର୍ଣ୍ଣ ଆପଦକୁ ଅନୁମାନ କରିବା, ରୋକିବା ଓ ଏଥିପାଇଁ ପ୍ରସ୍ତୁତ ରହିବାରେ ଆମର କ୍ଷମତାରେ ନିହିତ ରହିଛି। ଏହା ଏକ ସମନ୍ବିତ ଏବଂ ବହୁପକ୍ଷୀୟ କ୍ଷମତାର ଆହ୍ବାନ କରିଥାଏ।

ନିଜର ଉଦ୍‌ଯାପନୀ ଭାଷଣରେ, ଶ୍ରୀ ଠାକୁର ବହୁପକ୍ଷୀୟ ଭାବନାର ଆକାଂକ୍ଷା ରଖିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ବିବାଦୀୟ ବିଷୟ ରହିଛି ଓ ଦେଶକୁ ନିଜର ଆକାଂକ୍ଷାକୁ ସନ୍ତୁଳିତ କରିବାର ଆବଶ୍ୟକତା ରହିଛି। ଏହି ରଚନାତ୍ମକ ଏବଂ ଉପଯୋଗୀ ଆଲୋଚନା ମାଧ୍ୟମରେ ଆମେ ସାମୁହିକ ଭାବରେ ସର୍ବାଧିକ ଫଳାଫଳ ଲାଭ କରିପାରିବା।

ଉଦ୍‌ଘାଟନୀ ଭାଷଣ ସମ୍ପର୍କିତ ଟୁଇଟ୍

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀଙ୍କର ଉଦ୍‌ଘାଟନୀ ଭାଷଣର ଟୁଇଟ୍ ଲିଙ୍କ