ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଲଡେଇ ଥମିବାର ନା ନେଉନାହିଁ । ଏହାରି ମଧ୍ୟରେ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମାସେ ପୁରିଲାଣି । ରୁଷ ସୈନିକଙ୍କ ମିସାଇଲ ମାଡରେ ୟୁକ୍ରେନର ବଡ ବଡ ସହର ଛାରଖାର ହେବା ସହ ଅନେକ ଜନସାଧାରଣଙ୍କ ଜୀବନ ଗଲାଣି । ଏହା ମଧ୍ୟରେ ୟୁକ୍ରନର ଏକ ମିଡିଆ ରିପୋର୍ଟ ଅନୁସାରେ ଫେବ୍ରୁଆରୀ ୨୪ରେ ରୁଷର ଆକ୍ରମଣ ପରେ ବର୍ତ୍ତମାନ ସୁଦ୍ଧା ୧୬ ହଜାରରୁ ଅଧିକ ସୈନିକଙ୍କ ମୃତ୍ୟୁ ହେବା ସହ ୫୮୨ ରୁଷ ଟ୍ୟାଙ୍କ ନଷ୍ଟ ହୋଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ରୁଷ କହିଥିଲା ଯେ, ଯୁଦ୍ଧରେ ରୁଷର ୧ ହଜାର ୩୫୧ ଜଣ ଯବାନଙ୍କ ମୃତ୍ୟୁ ହେବା ସହ ୩,୮୨୫ ଯବାନ ଆହତ ହୋଇଛନ୍ତି ।