ଶ୍ରୀଲଙ୍କାକୁ ୫୦୦ ମିଲିୟନ ଡଲାର ସହାୟତା ଦେବ ଭାରତ

ଅର୍ଥନୈତିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ସରକା….nationa

ନୂଆଦିଲ୍ଲୀ : ଅର୍ଥନୈତିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ସରକାର ୫୦୦ ମିଲିୟନ ଡଲାର ସହାୟତା ଦେବ । ଶ୍ରୀଲଙ୍କାରେ ଔଷଧ ପରି ଜରୁରୀ ସାମଗ୍ରୀର ଅଭାବ ସହ ଯୁଝୁଛନ୍ତି ଦେଶବାସୀ । ଅନାହାରରେ ଆଉଟୁପାଉଟୁ ଲୋକେ ପ୍ଲାକାର୍ଡ ଧରି ରାସ୍ତାକୁ ଓହ୍ଲାଉଛନ୍ତି । ଏଭଳି ଗୁରୁତର ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ପୁଣିଥରେ ସହାୟତାର ହାତ ବଢାଇଛି ଭାରତ । ତୈଳ କିଣିବାକୁ ଭାରତ ଶ୍ରୀଲଙ୍କା ସରକାରଙ୍କୁ ୫୦୦ ମିଳିୟନ ଡଲାର ସହାୟତା ପ୍ରଦାନ କରିବ । ଏନେଇ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କେବଳ ଭାରତ ନୁହେଁ ଅନ୍ୟାନ୍ୟ କେତେକ ରାଷ୍ଟ୍ର ମଧ୍ୟ ଶ୍ରୀଲଙ୍କାକୁ ସହାୟତା କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଭାରତ ଶ୍ରୀଲଙ୍କାକୁ ପେଟ୍ରୋଲ ଓ ଚାଉଳ ସହ ଅନ୍ୟାନ୍ୟ ସାମଗ୍ରୀ ପଠାଇଥିଲା । ଅନ୍ୟପକ୍ଷରେ ଖାଦ୍ୟ ଓ ଇନ୍ଧନ ସଙ୍କଟ ସାଙ୍ଗକୁ ବିଜୁଳି ଶକ୍ତି ଅଭାବ ଶ୍ରୀଲଙ୍କାକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଛି । ୧୯୪୮ ମସିହା ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ନାଗରିକଙ୍କ ପାଇଁ ବର୍ତ୍ତମାନ ସବୁଠୁ କଠିନ ସମୟ । ସେହିପରି ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ପଡିଥିବା ଯୋଗୁଁ ଦେଶ ବାହାରୁ ଜରୁରୀ ସାମଗ୍ରୀ ଆମଦାନୀ କରିପାରୁନାହିଁ ।