ସେମି କଣ୍ଡକ୍ଟର ଦୁନିଆରେ ଭାରତ ଚମକିବା ସୁନିଶ୍ଚିତ

ସେମି କଣ୍ଡକ୍ଟର ଦୁନିଆରେ ଭାରତ ଚମକିବା ସୁନିଶ୍ଚିତ ବୋଲି ଦୃଢ଼ତାର ସହ କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଲିଖିତ ଏକ ଆଲେଖ୍ୟ ଶେୟାର କରିଛନ୍ତି ।

ଯେଉଁଥିରେ ଭାରତର ପରିବର୍ତ୍ତନକାରୀ ସେମିକଣ୍ଡକ୍ଟର ଯାତ୍ରା ଉପରେ ଆଲୋକପାତ କରାଯାଇଛି । ସେଥିରେ “ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୫” ଏହି ପଥର ଗତିଶୀଳତାର ପ୍ରତୀକ ବୋଲି କୁହାଯାଇଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

“କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତର ପରିବର୍ତ୍ତନଶୀଳ ସେମିକଣ୍ଡକ୍ଟର ଯାତ୍ରା ଉପରେ ଲେଖିଛନ୍ତି । ଏଥିସହ “ସେମିକନ୍ ଇଣ୍ଡିଆ ସମ୍ମିଳନୀ ୨୦୨୫” ଏହି ପଥର ଗତିଶୀଳତାର ପ୍ରତୀକ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଦଶନ୍ଧିରେ, ଭାରତର ସେମିକଣ୍ଡକ୍ଟର ୟୁନିଟଗୁଡିକ ପରିମାଣ ଏବଂ ପରିପକ୍ୱତା ହାସଲ କରିବା ସହିତ, ଦେଶ ସମଗ୍ର ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳା ପାଇଁ ଏକ ପ୍ରତିଯୋଗିତାମୂଳକ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି ।”