ହନୁମାନ ଚାଳିଶା ମାମଲାରେ ରାଣା ଦମ୍ପତ୍ତିଙ୍କୁ ଜାମିନ

ହନୁମାନ ଚାଳିଶା ମାମଲାରେ ସାଂସଦ ନବନୀତ କୌର ରାଣା ଓ ତାଙ୍କ ସ୍ୱାମୀ ତଥା ବିଧାୟକ ରବି…..

ମୁମ୍ବାଇ: ହନୁମାନ ଚାଳିଶା ମାମଲାରେ ସାଂସଦ ନବନୀତ କୌର ରାଣା ଓ ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ସେସନ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ରାଜଦ୍ରୋହ ଓ ଅନ୍ୟ ଧାରାରେ ରାଣା ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିଲା । ମହାରାଷ୍ଟ୍ର ସରକାରଙ୍କ ତରଫରୁ ଉଭୟଙ୍କ ଜାମିନକୁ ଜୋରଦାର ବିରୋଧ କରାଯାଇଥିଲା । କିନ୍ତୁ ୫୦ ହଜାର ଟଙ୍କା ଓ ୧୧ଟି ସର୍ତ୍ତ ସହ ଉଭୟଙ୍କୁ ଜାମିନ ମିଳିଛି । ଯଦି ଉକ୍ତ ସର୍ତ୍ତକୁ ପାଳନ ନ କରନ୍ତି ତେବେ ପୁଣିଥରେ ଜେଲ ଯିବାକୁ ପଡିବ ବୋଲି କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାନ୍ଦ୍ରାସ୍ଥିତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପଢିବା ଘୋଷଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ନବନୀତ କୌର ରାଣା ଓ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ଗତ ୨୩ ତାରିଖରେ ଗିରଫ କରାଯାଇଥିଲା ।