ହସ୍ପିଟାଲରେ ଭର୍ତ୍ତି ହେଲେ ମିଥୁନ ଚକ୍ରବର୍ତ୍ତୀ

ବଲିଉଡ ଭେଟେରାନ ଅଭିନେତା ମିଥୁନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍‌ ଖରାପ….

ମୁମ୍ବାଇ: ବଲିଉଡ ଭେଟେରାନ ଅଭିନେତା ମିଥୁନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍‌ ଖରାପ ହୋଇଛି । ଯାହାଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଥୁନଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଗୁଜବ ଉଠିଥିଲା । ଏକ ରିପୋର୍ଟ ଅନୁଯାୟୀ ମିଥୁନଙ୍କ ପୁଅ ମିମୋ ଚକ୍ରବର୍ତ୍ତୀ କହିଛନ୍ତି କି- ତାଙ୍କ ପିତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଷ୍ଟୋନ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ କିଡନୀରେ ଏକ ଷ୍ଟୋନ ଚିହ୍ନଟ ହୋଇଥିଲା । ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା । ହେଲେ ସେ କହିଛନ୍ତି ଯେ, ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ବର୍ତ୍ତମାନ ତାଙ୍କୁ ବାଙ୍ଗାଲୋରର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ମିଥୁନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି ।