୪ଟି ଲେଖାଏଁ ପିଲା ଜନ୍ମ କର ଭାରତ ହୋଇଯିବ ପାକିସ୍ତାନ !

୪ଟି ଲେଖାଏଁ ପିଲା ଜନ୍ମ କର ଭାରତ ହୋଇଯିବ ପାକିସ୍ତାନ। ଏଭଳି କହି ଚର୍ଚ୍ଚାରେ ବିଜେପି ନେତ୍ରୀ ତଥା ପୂର୍ବତନ ସ୍ୱାଧୀନ ସାଂସଦ ନବନୀତ ରାଣା। ହିନ୍ଦୁ ସମ୍ପ୍ରଦାୟକୁ ଅତି କମରେ ତିନିରୁ ଚାରୋଟି ସନ୍ତାନ ଜନ୍ମ କରିବାକୁ ସେ ନିବେଦନ କରିଛନ୍ତି
ଭାରତକୁ ମୁସଲିମ୍ ଦେଶ ହେବାରୁ ରକ୍ଷା କରିବା ପାଇଁ ହିନ୍ଦୁ ଅଧିକ ପିଲା ଜନ୍ମ କରିବା ଜରୁରୀ
ଅମରାବତୀରେ ସାମ୍ବାଦିକଙ୍କ ସହ ସାକ୍ଷାତକାର ସମୟରେ ସେ ଏଭଳି ବୟାନ ଦେଇଥିଲେ। ସେ କହିଥିଲେ, ମୁଁ ସମସ୍ତ ହିନ୍ଦୁଙ୍କୁ ଅନୁରୋଧ କରୁଛି। ଶୁଣ, ମୁସଲାମାନମାନେ ଖୋଲାଖୋଲି ଭାବରେ କହୁଛନ୍ତି ଯେ ସେମାନଙ୍କର ୪ଜଣ ସ୍ତ୍ରୀ ଏବଂ ୧୯ ଜଣ ପିଲା ଅଛନ୍ତି। ମୁଁ ପରାମର୍ଶ ଦେଉଛି ଯେ, ଆମର ଅତି କମରେ ତିନିରୁ ଚାରି ଲେଖାଏଁ ପିଲା କରିବା ଉଚିତ।

ଜଣେ ମୌଲାନାଙ୍କ କଥା ଉଦ୍ଧୃତ କରି ସେ କହିଥିଲେ, “ମୁଁ ଜାଣିନାହିଁ ଯେ ସେ ଜଣେ ମୌଲାନା କି ଆଉ କିଏ, କିନ୍ତୁ ସେ କହିଥିଲେ ଯେ, ତାଙ୍କର ୧୯ ଜଣ ପିଲା ଏବଂ ଚାରି ଜଣ ସ୍ତ୍ରୀ ଅଛନ୍ତି। ଏହା ସତ୍ତ୍ବେ ବି ୩୦ଜଣ ପିଲା ଜନ୍ମ ନକରିପାରିବାରୁ ସେ ଖୁସି ନଥିବା କହିଥିଲେ। ଏମାନେ ବହୁ ସଂଖ୍ୟକ ପିଲା ଜନ୍ମ କରି ଭାରତକୁ ପାକିସ୍ତାନରେ ପରିଣତ କରିବାକୁ ଯୋଜନା କରୁଛନ୍ତି। ତେବେ ଆମେ କାହିଁକି ଗୋଟିଏ ପିଲାରେ ସନ୍ତୁଷ୍ଟ ହେବା? ଆମର ମଧ୍ୟ ତିନିରୁ ଚାରି ଜଣ ପିଲା ରହିବା ଦରକାର