୪୦୦ ମିଲିୟମରେ ରୋନାଲଡୋଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ

ନୂଆଦିଲ୍ଲୀ: ଦୁନିଆର ଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ପର୍ତ୍ତୁଗାଲର କ୍ରିଷ୍ଟିୟାନୋ ରୋନାଲଡୋ ଅନ୍ୟମାନଙ୍କଠାରୁ ଭିନ୍ନ। ଇନଷ୍ଟାଗ୍ରାମରେ ରୋନାଲଡୋଙ୍କ ଫଲୋଅର୍ସଙ୍କ ସଂଖ୍ୟା ୪୦୦ ମିଲିୟମ ଟପି ଯାଇଛି । ଫଳରେ ଏହି ଉପଲବ୍ଧି ହାସଲ କରିବାରେ ସେ ଦୁନିଆର ପ୍ରଥମ ବ୍ୟକ୍ତି ହୋଇଛନ୍ତି ।

ଷ୍ଟାର ଫୁଟବଲର କ୍ରିଷ୍ଟିୟାନୋ ରୋନାଲଡୋ ଗତବର୍ଷ ଜାନୁଆରୀରେ ୨୦୦ ମିଲିୟନ ଫଲୋଅର୍ସ ପାର କରିଥିଲେ । ରୋନାଲଡୋଙ୍କ ପରେ ଟିଭି ଷ୍ଟାର କାଇଲି ଜେନର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । କାଇଲିଙ୍କୁ ୩୦୯ ମିଲିୟନ ଲୋକ ଫଲ୍ଲୋ କରୁଛନ୍ତି । ପରେ ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର ଲିଓନେଲ ମେସି ତୃତୀୟ ସ୍ଥାନରେ ରହିଛନ୍ତି ।