ଯୋଗୀଙ୍କ ତୀକ୍ଷ୍ଣ ଦୃଷ୍ଟିରେ ୧୦ କୁଖ୍ୟାତ ଅପରାଧୀ

ୟୁପି ସରକାରଙ୍କ କଡ଼ା ପଦକ୍ଷେପ ପୁଣିଥରେ ମନେ ପକାଇ ଦେଉଛି ସେହି ଦୁର୍ଦ୍ଦାନ୍ତ ଅପରାଧୀଙ୍କ କଳା କାରନାମାକୁ…

ଲକ୍ଷେ୍ନø: ଉତର ପ୍ରଦେଶକୁ ଖଣ୍ଡା ଓ ବନ୍ଧୁକ ବଳରେ ଶାସନ କରୁଥିବା ଦଶଜଣ କୁଖ୍ୟାତ ଅପରାଧୀ ଏବେ ବିଭିନ୍ନ ଜେଲରେ ଅଛନ୍ତି । ମାତ୍ର ଜେଲ ବାହାରେ ଏବେ ମଧ୍ୟ ସେମାନଙ୍କର ରାଜୁତି ଚାଲିଛି । ସଂପୃକ୍ତ ଅପରାଧୀଙ୍କ ଅପରାଧ ଦୁନିଆକୁ ବଂଚାଇ ରଖିଛନ୍ତି ସେମାନଙ୍କର ଅନୁଗତ ବା ଅନୁଗାମୀ ।

ଜେଲ ଭିତରୁ ଅପରାଧ ଜଗତକୁ ଦକ୍ଷତାର ସହ ପରିଚାଳନା କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ପ୍ରତି କଠୋରତମ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୟୁପି ସରକାରଙ୍କ କଡ଼ା ପଦକ୍ଷେପ ପୁଣିଥରେ ମନେ ପକାଇ ଦେଉଛି ସେହି ଦୁର୍ଦ୍ଦାନ୍ତ ଅପରାଧୀଙ୍କ କଳା କାରନାମାକୁ । ଦିନ ଦ୍ୱିପ୍ରହରରେ ହତ୍ୟା, ଲୁଣ୍ଠନ, ସୁପାରି କିଲିଂ, ବଟି ଆଦାୟ, ଡକାୟତି, ଟେଣ୍ଡର ଫିକ୍ସିଂ ଭଳି ଅପରାଧ ଘଟାଇବା ଯୋଉ ବାହୁବଳୀଙ୍କର ପେସା ଓ ନିଶା । ସେହିଭଳି ଚରିତ୍ରଗୁଡ଼ିକ ବିଷୟରେ ଆଲୋଚନା ପୂର୍ବରୁ ଯୋଗୀ ଆଦିତ୍ୟନାଥଙ୍କ କଡ଼ା ପଦକ୍ଷେପ ଜାଣିବା ଜରୁରୀ ।

ୟୁପି ସରକାରଙ୍କ ନିଷ୍ପତି କ୍ରମେ କୁଖ୍ୟାତ ଅପରାଧୀ ରହୁଥିବା ଜେଲଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯିବ । ଜେଲରେ ରହୁଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ ୨୪ ଘଂଟିଆ ନଜର ରଖାଯିବ । ୟୁପିରେ ମାଫିଆ ରାଜକୁ ସମୃଦ୍ଧ କରିବା ପଛରେ ଥିବା ମୁଖ୍ୟ ଚରିତ୍ରଗୁଡ଼ିକ ଭିତରେ ଏକ ନମ୍ବରରେ ଅଛନ୍ତି ମୁଖ୍‌ତାର ଅହମ୍ମଦ ଅନ୍‌ସାରୀ, ତାଙ୍କ ପଛକୁ ପଛ ଆବ୍‌ବାସ୍‌ ଆନସାରୀ, ସୁଭାଷ ଠାକୁର, ବବ୍‌ଲୁ ଶ୍ରୀବାସ୍ତବ, ସୁନ୍ଦର ଭାଟୀ, ବିଜୟ ମିଶ୍ର, ଖାନ୍‌ ମୁବାରକ, ସଂଜୀବ ଜୀବା ମାହେଶ୍ୱରୀ, ଆତିଫ ରାଜା ଓ ଯୋଗେଶ ଭଦୌଡ଼ା ।