ପାକିସ୍ତାନ ବନ୍ୟାରେ ୧୧ରୁ ଉଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ

ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସିନ୍ଧ ଓ ବଲୁଚିସ୍ତାନ…..

ଇସଲାମାବାଦ: ପାକିସ୍ତାନରେ ଜଳପ୍ରଳୟ । ଜୁନରୁ ଏ ପର୍ଯ୍ୟନ୍ତ ହଜାରେ ଲୋକଙ୍କ ମୃତ୍ୟୁ ହେଲାଣି । ଜୁଆଡେ଼ ଦେଖିବ ଖାଲି ପାଣି । ପରିସ୍ଥିତି ଏପରି ଯେ, ହେଲିକପ୍ଟର ଓହ୍ଲାଇବାକୁ ଶୁଖିଲା ଜାଗା ମିଳୁନି । ପାକିସ୍ତାନର ଏ ବର୍ଷ ସବୁଠାରୁ ଅଧିକ ବର୍ଷା ହୋଇଛି । ଏହା ଫଳରେ ଯେଉଁ ବନ୍ୟା ହୋଇଛି, ତାହା ପୁରା ଦେଶରେ ରଚାଇଛି ଧ୍ୱଂସଲୀଳା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସିନ୍ଧ ଓ ବଲୁଚିସ୍ତାନ । ପ୍ରଳୟଙ୍କରୀ ବନ୍ୟାରେ ୧୧ଶହରୁ ଧିକ ଲୋକଙ୍କ ଜୀବନ ଯାଇଛି ।

ବିଲିୟନ ଡଲାରର ସଂପତ୍ତି ନଷ୍ଟ ହୋଇଥିବାର ଆକଳନ କରାଯାଇଛି । ପାକିସ୍ତାନର ପାଣିପାଗ ବିଭାଗ ମନ୍ତ୍ରୀ ସେରି ରେହମାନ କହିଛନ୍ତି, କେତେକ ଜିଲ୍ଲା ତ ଲାଗୁଛି ପୁରା ମହାସାଗର ଭଳି । ଏହି ବନ୍ୟାରେ ୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଲାଗିଛି ନୌସେନା । ଲକ୍ଷ ଲକ୍ଷ ହେକ୍ଟର କପା ଚାଷ ନଷ୍ଟ ହୋଇଥିବାରୁ ଏହା ପାକିସ୍ତାନର ଆର୍‌ôଥକ ସ୍ଥିତିକୁ ପ୍ରଭାବିତ କରିବାର ଆଶଙ୍କା ଅଛି ।