୧୫ ପଦବୀ ପାଇଁ ୧୧ ହଜାର ଆବେଦନକାରୀ

ଭୋପାଳ: ମଧ୍ୟପ୍ରଦେଶରେ ଏକ ଅଜବ ଘଟଣା ଘଟିଛି । ଯାହା ଆପଣ ବିଶ୍ୱାସ କରିପାରିବେନି । ୧୫ଟି ଚାକିରୀ ପାଇଁ ୧୧ ହଜାର ଆବେଦନ କରିଛନ୍ତି ବେକାର ଯୁବକ । ପିଅନ, ଡ୍ରାଇଭର ଏବଂ ଚୌକିଦାର ଭଳି ୧୫ଟି ପଦବୀ ପାଇଁ ମଧ୍ୟପ୍ରଦେଶର ଗ୍ୱାଲିଅରରେ ପ୍ରାୟ ୧୧ ହଜାର ବେକାର ଯୁବକ ଗହଳି କରିଥିଲେ । କେବଳ ମଧ୍ୟପ୍ରଦେଶ ନୁହେଁ ଉତ୍ତର ପ୍ରଦେଶରୁ ମଧ୍ୟ ଆବେଦନକାରୀ ସେଠାରେ ପହଞ୍ଚିଥିଲେ । ଏଥିରେ ଆଉଏକ ବଡ ଘଟଣା ଦେଖିବାକୁ ମିଳିଛି ଯେ, ଏହି ପଦବୀ ପାଇଁ ୧୦ ପାସ କରିଥିବା ପ୍ରାର୍ଥୀ ଆବଶ୍ୟକ ଥିବା ବେଳେ ସ୍ନାତକ, ସ୍ନାତକୋତ୍ତର, ଇଞ୍ଜିନିୟର, ଏମବିଏ ଓ ସିଭିଲ ଜଜ ଆଶାୟୀ ପ୍ରାର୍ଥୀ ମଧ୍ୟ ଆବେଦନ କରିଥିଲେ ।

ସେହିପରି ଜଣେ ବ୍ୟକ୍ତି ପିଏଚଡି କରିଥିବା ମଧ୍ୟ ସେଠାରେ ଧାଡି ବାନ୍ଧି ଠିଆ ହୋଇଛନ୍ତି । କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶ ସରକାର ଘୋଷଣା କରିଥିଲେ ଯେ, ଆମେ ବର୍ଷକୁ ୧ ଲକ୍ଷ ଚାକିରି ଦେବୁ । ସରକାରୀ ବିଭାଗରେ ଖାଲିପଡିଥିବା ପଦବୀଗୁଡିକୁ ପୂରଣ କରିବାକୁ ଆମେ ଉଦ୍ୟମ କରିବୁ ।