ରୁଷର ୧୨ ହଜାର ସୈନ୍ୟ ମାରିଛୁ: ଜେଲେନସ୍କି

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଲଢେଇ ଜାରି ରହିଛି । ୟୁକ୍ରେନ ଉପରେ ରୁଷର ମିସାଇଲ ମାଡରେ ଅନେକ ସହର ଛାରଖାର ହୋଇଗଲାଣି । ଅନ୍ୟପକ୍ଷରେ ରୁଷ ଏହି ଆକ୍ରମଣ ଅନେକ ଦେଶ ପୁଟିନଙ୍କୁ ସମାଲୋଚନା କରିବା ସହ ଅନେକ କଟକଣା ଲଗାଇଛନ୍ତି । ସେହିପରି ୟୁକ୍ରେନକୁ ମଧ୍ୟରେ ପାଶ୍ଚାତ୍ୟ ଦେଶ ଗୁଡିକ ୟୁକ୍ରେନକୁ ସମର୍ଥନ ଜଣାଉଛନ୍ତି ।

ଅନ୍ୟପକ୍ଷରେ ଏହି ଘୋମାଗୋଟ ଲଢେଇରେ ଯୁଦ୍ଧରେ ୟୁକ୍ରେନରେ ଅନେକ କ୍ଷୟକ୍ଷତି ଘଟିଥିଲା ବେଳେ ରୁଷ ମଧ୍ୟ ଅନେକ କିଛି ହରାଇଛି । ସେହିପରି ରୁଷ ଏହି ଯୁଦ୍ଧରେ ୧୨ ହଜାର ସୈନ୍ୟକଙ୍କୁ ହରାଇବା ୪୯ଟି ପ୍ଲେନ, ୮୧ଟି ଚପର ଓ ୩୩୫ଟି ୟୁଦ୍ଧ ଟ୍ୟାଙ୍କ ନଷ୍ଟ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରୁଷର ୧୨ହଜାର ସୈନ୍ୟ ନିହତ ହୋଇଥିବା ୟୁକ୍ରେନ ସେନା ଦାବି କରିଛି ଓ ସେହିପରି ୧୧୦୫ଟି ଯୁଦ୍ଧ ସାମଗ୍ରୀ ଭର୍ତ୍ତି ପ୍ୟାକେଟ, ୫୨୬ଟି ଯାନ ଏବଂ ୬୦ଟି ତୈଳ ଟ୍ୟାଙ୍କକୁ ନଷ୍ଟ କରାଯାଇଛି ।

ସେହିପରି ୧୨୩ଟି ତୋପ,୨ଟି ଯୁଦ୍ଧ ବୋଟ, ୫୬ଟି ମଲ୍ଟି ରକେଟ, ୨୯ଟି ଆଣ୍ଟି ଏୟାରକ୍ରଫ୍ଟ ଓ ୭ଟି ଡ୍ରୋନକୁ ମଧ୍ୟ ନଷ୍ଟ କରି କରାଯାଇଛି । ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ରୁଷ ବିରୋଧରେ କଡା କଟକଣା ଲଗାଇଲେ ମଧ୍ୟ ମସ୍କୋ ଉପରେ କୌଣସି ଫରକ ପଡୁନି । ସେହିପରି ଏହି ଯୁଦ୍ଧରେ ୨୦ ଲକ୍ଷ ୟୁକ୍ରେନ ଜନସାଧାରଣ ଦେଶ ଛାଡି ଅନ୍ୟ ପଡୋଶୀ ଦେଶକୁ ପଳାଉଥିବା ଜଣାପଡିଛି ।