ବାଂଲାଦେଶ ନୌସେନା ପକ୍ଷରୁ ୧୩୫ ଭାରତୀୟ ମତ୍ସ୍ୟଜୀବୀ ଗିରଫ
ସେମାନଙ୍କ ଠାରୁ ମଧ୍ୟ ୪ଟି ଟ୍ରଲର ଜବତ କରାଯିବା ସହ ୩.୮୦ କୋଟି ଟଙ୍କାର ମାଛ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି…
ନୂଆଦିଲ୍ଲୀ: ବାଂଲାଦେଶ ନୌସେନା ପକ୍ଷରୁ ୧୩୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ଏହି ମତ୍ସ୍ୟଜୀବୀମାନେ ବାଂଲାଦେଶ ଜଳରାଶିରେ ବେଆଇନ ଭାବେ ପ୍ରବେଶ କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବାବେଳେ ବାଂଲାଦେଶ ନୌସେନା ପକ୍ଷରୁ ୨ଟି ଚଢ଼ାଉ କରାଯାଇ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଛି । ରିପୋର୍ଟ ଅନୁସାରେ ବାଂଲାଦେଶ ପକ୍ଷରୁ ନୌବାହନୀ ଜାହାଜ ପାଟ୍ରୋଲିଂରେ ନିୟୋଜିତ ଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ ୬୮ ଜଣ ମତ୍ସୀଜୀବୀଙ୍କୁ ଗିରଫ କରାଯିବା ସହ ୪ଟି ମାଛଧରା ଟ୍ରଲରକୁ ଜବତ କରାଯାଇଛି । ପରେ ସେହି ଟିମ ପକ୍ଷରୁ ଚଢ଼ାଉ କରାଯାଇ ୬୭ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ଠାରୁ ମଧ୍ୟ ୪ଟି ଟ୍ରଲର ଜବତ କରାଯିବା ସହ ୩.୮୦ କୋଟି ଟଙ୍କାର ମାଛ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ସେହିପରି ବାଂଲାଦେଣ ସମୁଦ୍ରରେ ବେଆଇନ ମାଛ ମରାନେଇ ମଧ୍ୟ ମାମଲା ରୁଜୁ ହୋଇଛି ।