୩ ଦିନରେ ୧୪ ଲକ୍ଷ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ସାରା ଦେଶରେ କୋଭିଡ-୧୯ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବାବେଳେ ବର୍ତ୍ତମାନ ଏବେ ୟୁରୋପ ଓ ଦକ୍ଷିଣ-ପୂର୍ବ ଏସିଆରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି ।

ଅନ୍ୟପକ୍ଷରେ ଚୀନରେ ମଧ୍ୟ କୋଭିଡ-୧୯ ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । ହଙ୍ଗକଙ୍ଗରେ ମଧ୍ୟ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ପାର କଲାଣି । ସେହିପରି କୋଭିଡ-୧୯ ସଂକ୍ରମଣ ଏବେ ଦକ୍ଷିଣ କୋରିଆରେ ଚିନ୍ତା ବଢାଇଛି । ସେଠାରେ ୩ ଦିନରେ ୧୪ ଲକ୍ଷ ପଜିଟିଭ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଦକ୍ଷିଣ କୋରିଆରେ ଦୈନକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ୟୁରୋପର ଫ୍ରାନ୍ସ, ଇଂଲଣ୍ଡ ଏବଂ ଇଟାଲିରେ ମଧ୍ୟ କୋଭିଡ ମାମଲା ବୃଦ୍ଧି ପାଉଥିବା ଜଣାପଡିଛି ।