ପାକିସ୍ତାନ ଜେଲରେ ସଢୁଛନ୍ତି ଭାରତର ୧୪୪ ମତ୍ସ୍ୟଜୀବୀ

ଗାନ୍ଧୀନଗର: ବୁଧବାର ଦିନ ଗୁଜରାଟ ବିଧାନସଭାକୁ ରାଜ୍ୟ ସରକାର ଜଣାଇଛନ୍ତି ଯେ ପାକିସ୍ତାନ ଜେଲରେ ୧୪୪ ଜଣ ଗୁଜରାଟି ମତ୍ସ୍ୟଜୀବୀ ହିନସ୍ତା ଭୋଗୁଛନ୍ତି । ଗତ ୨ ବର୍ଷ ଭିତରେ ଗୁଜରାଟର ୨୨ ଜଣଙ୍କୁ ଗିରଫ କରିଥିଲା ପାକିସ୍ତାନୀ ନୌସେନା ।

ଗୁଜରାଟ ଉପକୂଳରୁ ଗଭୀର ସମୁଦ୍ର ଭିତରକୁ ମାଛ ମାରିବା ଉଦ୍ଦେଶ୍ୟରେ ଯାଉଥିବା ଧୀବରମାନେ ସାମୁଦ୍ରିକ ସ୍ରୋତ ଅବା ପ୍ରତିକୂଳ ପବନ ପ୍ରଭାବରେ ପାକ୍‌ ଜଳସୀମା ଭିତରେ ପଶିଗଲେ, ପାକ୍‌ ନୌସେନା ସେମାନଙ୍କୁ ଧରି ନାନା ମାମଲାରେ ଫସାଇ ଜେଲକୁ ପଠାଇ ଦିଅନ୍ତି । ଗୁଜରାଟ ବିଧାନସଭାର କଂଗ୍ରେସ ସଭ୍ୟ ଅମିତ ଛାବଡ଼ାଙ୍କ ପ୍ରଶ୍ନର ଜବାବରେ ରାଜ୍ୟ ମତ୍ସ୍ୟ ମନ୍ତ୍ରୀ ରାଘବଜୀ ପଟେଲ ଏହି ସୂଚନା ପ୍ରଦାନ କରିଛନ୍ତି ।